37.1 C
Bhubaneswar
Thursday, March 12, 2026
Homeଓଡିଶାଆଇଏଏସ ସ୍ତରରେ ଅଦଳବଦଳ

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ୧୩ ଆଇଏଏସ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ମିଳିଛି । ସେଥି ମଧ୍ୟରୁ ୨୦୨୨ କ୍ୟାଡରର ୫ ଆଇଏଏସଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି ଦିଆଯାଇଛି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ…
୧. ମାଲକାନଗିରି ଜିଲ୍ଲାପାଳ ବଦଳି, ପ୍ରଥମେଶ ଅରବିନ୍ଦଙ୍କୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି ।
୨. ମନୀଷ ଅଗ୍ରୱାଲ ସମବାୟ ସମିତି ରେଜିଷ୍ଟ୍ରାର ଭାବେ ନିଯୁକ୍ତ ହୋଇଛନ୍ତି ।
୩. କ୍ଷୁଦ୍ର ଶିଳ୍ପ ନିଗମ ଏମଡି ହେଲେ ସ୍ମୃତିରଞ୍ଜନ ପ୍ରଧାନ ।
୪. ସିଦ୍ଧାର୍ଥ ଦାସ ମତ୍ସ୍ୟ ସଂପଦ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ।
୫. ଟିଇ ଆଣ୍ଡ ଏସସିଇଆରଟିର ନିର୍ଦ୍ଦେଶକ ହେଲେ ମଧୁସ୍ମିତା ସାହୁ ।
୬. ସେହିପରି ଉପମା କାଲୋଙ୍କୁ ଉତ୍ତରାଞ୍ଚଳ ଆରଡିସି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
୭. ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ହେଲେ ଲିଲି କୁମାରୀ କୁଲୁ ।
୮. ସୋମେଶ ଉପାଧ୍ୟାୟ ହେଲେ ବୟନ ଓ ହସ୍ତତନ୍ତ ଶିଳ୍ପ ନିର୍ଦ୍ଦେଶକ ।
୯. ଅକବରମ ଶସ୍ୟ ରେଡ୍ଡୀଙ୍କୁ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଭାବରେ ନିଯୁକ୍ତ କରାଯାଇଛି ।
୧୦. ଅକ୍ଷୟ ପିଲ୍ଲେଙ୍କୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି ।
୧୧. ଅରୁଗୁଲା ସ୍ନେହାଙ୍କୁ ମୟୁରଭଞ୍ଜର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଭାବେ ନିଯୁକ୍ତ କରାଯାଇଛି ।
୧୨. ସମୀର କୁମାର ଜେନାଙ୍କୁ ଗଞ୍ଜାମର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଭାବେ ନିଯୁକ୍ତ
କରାଯାଇଛି ।
୧୩. ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ କଳାହାଣ୍ଡି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ଭାବେ ନିଯୁକ୍ତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking