ଭୁବନେଶ୍ୱର : ଆଜି ରାଜ୍ୟ ସରକାର ପୁଣିଥରେ ଆଇଏଏସ୍ ଅଫିସର୍ ସ୍ତରରେ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
୧) ୨୦୦୮ ବ୍ୟାଚ୍ ଆଇଏଏସ୍ ଭୂପେନ୍ଦ୍ର ସିଂ ପୁନିଆଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ଦାୟିତ୍ୱ ଗ୍ରହଣ କରିବା ପରେ କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବଙ୍କର କ୍ରୀଡ଼ା ବିଭାଗରୁ ଅତିରିକ୍ତ ଦାୟିତ୍ୱ ସମାପ୍ତ ହେବ ।
୨) ସେହିପରି ୨୦୧୦ ବ୍ୟାଚ୍ ଆଇଏଏସ୍ ରଶ୍ମିତା ପଣ୍ଡାଙ୍କୁ ଏମଏସଏମଇ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି ।
୩) ୨୦୦୯ ବ୍ୟାଚ୍ ଆଇଏଏସ୍ ଡି ପ୍ରଶାନ୍ତ କୁମାର ରେଡ୍ଡୀଙ୍କଠୁ ଏମଏସଏମଇ ବିଭାଗର ସଚିବ ଦାୟିତ୍ୱ କାଢ଼ି ନିଆଯାଇଛି । ତାଙ୍କୁ ଇଡ଼କୋ ପରିଚାଳନା ନିର୍ଦ୍ଦେଶକ ଭାବେ ପୂର୍ଣ୍ଣକାଳୀନ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଏମଏସଏମଇ ସଚିବ ସହ ଅତିରିକ୍ତ ଭାବେ ଇଡକୋ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିଲେ ।
୪) ୨୦୧୨ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାର ମୀନାଙ୍କୁୂ ସେଣ୍ଟର ଫର ମଡର୍ଣ୍ଣାଇଜେସନ୍ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ(ସିଏମଜିଆଇ), ପ୍ରଶାସନିକ ଓ ଶାସନ ସଂସ୍କାର କମିଟିର ଆବାହକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
୫) ୨୦୧୫ ବ୍ୟାଚ୍ ଆଇଏଏସ୍ ଆବୋଲି ସୁନୀଲ ନରୱଣେଙ୍କୁ ଇପିକଲ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେ ପୂର୍ବଭଳି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଓଡ଼ିଶା ଅର୍ଥ ନିଗମର ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।










