26.1 C
Bhubaneswar
Monday, January 27, 2025
Homeଓଡିଶାଉତ୍କର୍ଷ ଓଡ଼ିଶା ସମ୍ମିଳନୀ: ସ୍ୱାକ୍ଷର ହେବ ଶହେ ଏମଓୟୁ

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ: ସ୍ୱାକ୍ଷର ହେବ ଶହେ ଏମଓୟୁ

ଭୁବନେଶ୍ୱର: ଓଡ଼ିଶା ହେବ ଭାରତ ବର୍ଷର ଶ୍ରେଷ୍ଠ ନିବେଶ କ୍ଷେତ୍ର । ଓଡ଼ିଶାରେ ସାଢେ ୩ ଲକ୍ଷରୁ ଅଧିକ ନିଯୁକ୍ତି କ୍ଷେତ୍ର ସୃଷ୍ଟି କରିବ । ୧୦୦ରୁ ଅଧିକ ନିବେଶକାରୀ ସ୍ୱାକ୍ଷର କରିବେ ଚୁକ୍ତିପତ୍ର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନତା ମଇଦାନରେ ସ୍ଥିତି ସମୀକ୍ଷା କରି ଏହା କହିଛନ୍ତି । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜାନୁଆରୀ ୨୮ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱନୀ ବୈଷ୍ଣବ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । ୱେବସାଇଟ ଜରିଆରେ ୭ ହଜାର ୫ ଶହ ଡେଲିଗେଟ ଯୋଗଦେବା ଲାଗି ପଞ୍ଜିକରଣ କରିଛନ୍ତି । ୨୦ଟି ଦେଶର ପ୍ରତିନିଧି ଉତ୍କର୍ଷ ଓଡ଼ିଶା କାର୍ୟ୍ୟକ୍ରମରେ ଯୋଗ ଦେବେ । ସିଙ୍ଗାପୁର, ଅଷ୍ଟ୍ରେଲିଆ, ମାଲେସିଆ, ଭିଏତନାମ ଭଳି ଅନେକ ଦେଶର ପ୍ରତିନିଧି ଯୋଗଦେବେ । ଏହି ଅବସରରେ ବିଭିନ୍ନ ପର୍ଯ୍ୟାୟରେ ଶିଳ୍ପ କ୍ଷେତ୍ରକୁ ନେଇ ଅଧିବେଶନ ଅନୁଷ୍ଠିତ ହେବ । ଓଡ଼ିଶାର ଅର୍ଥନୀତି ସୁଦୃଢ କରିବାରେ ଏହା ସହାୟକ ହେବ ଏବଂ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା କରିବା ଦିଗରେ ନୂଆ ରାସ୍ତା ତିଆରି କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । ୨୮ ଓ ୨୯ ତାରିଖ ଦୁଇଦିନ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ପରେ ଜାନୁଆରୀ ୩୦ ତାରିଖ ଦିନ ସାଧାରଣ ଲୋକ ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ବୁଲି ଦେଖିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking