21.1 C
Bhubaneswar
Saturday, December 6, 2025
Homeଓଡିଶାସବୁ କ୍ଷେତ୍ରରେ ଉତ୍କର୍ଷ ଓ ସାମଗ୍ରିକ ସଫଳତା ହିଁ ବର୍ତ୍ତମାନ ସମୟର ଆବଶ୍ୟକତା, ଏହାହିଁ ଆମ...

ସବୁ କ୍ଷେତ୍ରରେ ଉତ୍କର୍ଷ ଓ ସାମଗ୍ରିକ ସଫଳତା ହିଁ ବର୍ତ୍ତମାନ ସମୟର ଆବଶ୍ୟକତା, ଏହାହିଁ ଆମ ସମୃଦ୍ଧ ଓଡିଶାର ଲକ୍ଷ୍ୟ ପୂରଣ କରିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଗଣମାଧ୍ୟମ ନ୍ୟୁଜ ୧୮ର ‘Rising Odisha’ କନ୍‌କ୍ଲେଭ୍ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ, ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସବୁଠାରୁ ଉତ୍କୃଷ୍ଟ ଏବଂ ସୁଭଦ୍ରା ଭଳି ଯୋଜନାର ସଫଳ ରୂପାୟନ ହିଁ ଆମ ପ୍ରତିବଦ୍ଧତାର ପରିଚୟ ବୋଲି କହିଥିଲେ। ୧୭ ଲକ୍ଷ ଲକ୍ଷପତି ଦିଦି, ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା, ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରି , ୧୪ ମାସରେ ୧୪ ଟି ଜନଶୁଣାଣୀ କରି ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଭିଯୋଗର ସମାଧାନ କରିବା, ଜାତୀୟ ଶିକ୍ଷା ନୀତି ଲାଗୁ କରିବା, ପ୍ରି-ସ୍କୁଲ ପିଲାଙ୍କ ପାଇଁ ଶିଶୁ ବାଟିକା, ପିଏମଶ୍ରୀ ଓ ପିଏମ ଉଷା ଯୋଜନା କାର୍ଯ୍ୟକାରୀ କରିବା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ବଳରେ ପ୍ରାଥମିକ ଶିକ୍ଷାର ସ୍ତରକୁ ଆହୁରି ମଜଭୁତ କରିବା ଭଳି କାର୍ଯ୍ୟ କରି ଆମ ସରକାର ଗୋଟିଏ ବର୍ଷରେ ଜନତାଙ୍କର ଅତି ନିକଟତର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ।

ଶିଳ୍ପାୟନରେ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନ୍‌କ୍ଲେଭ, ଓଡିଶା ଟେକ୍ସ ଟାଇଲ କନ୍‌କ୍ଲେଭ୍ , ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା, ବର୍ତ୍ତମାନ ସୁଦ୍ଧା ୨୮ ହଜାରରୁ ଅଧିକ ସରକାରୀ ନିଯୁକ୍ତି ଓ ପ୍ରଥମ ଦୁଇ ବର୍ଷ ମଧ୍ୟରେ ୮୫ ହଜାର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ଓ ଆହୁରି ଅନେକ ସଫଳ କାର୍ଯ୍ୟକ୍ରମ ଆମେ ଏହି ୧୪ ମାସରେ ହାସଲ କରିଛୁ। ଏହାସହିତ ଭବିଷ୍ୟତରେ ବିକାଶର ଚରମ ସୀମାରେ ପହଞ୍ଚିବା ପାଇଁ ଏବେଠୁ ଆମେ ରଣନୀତି ପ୍ରସ୍ତୁତ କରୁଛୁ। ବର୍ତ୍ତମାନର ଉତ୍କର୍ଷ ଓ ବର୍ତ୍ତମାନର ସାମଗ୍ରିକ ସଫଳତା ଉପରେ ଆମର ଅଧିକ ଫୋକସ ରହିବ ଆବଶ୍ୟକ, ଏହାହିଁ ‘ସମୃଦ୍ଧ ଓଡିଶା’ ଲକ୍ଷ୍ୟ ଦିଗରେ ଆମକୁ ଅଗ୍ରସର କରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ହିନ୍ଦୀ ଓ ଇଂରାଜୀ ସମେତ ୧୬ଟି ଭାଷାରେ ୨୦ଟି ଚ୍ୟାନେଲ ନ୍ୟୁଜ୍‌୧୮ ମାଧ୍ୟମରେ ଖବର ପରିବେଷଣ କରୁଛି । ଏହାର ଅନେକ ସମ୍ବାଦ, ଜନସଚେତନତା ଓ ସାଧାରଣଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ଆଜି ଓଡ଼ିଶାର କୋଣ ଅନୁକୋଣରେ ଏହାର ଆଦୃତି ଓ ପ୍ରସାରକୁ ବହୁଗୁଣିତ କରିଛି। ସନ୍ଧ୍ୟା ୮ ଟା ରେ ପ୍ରସାରିତ ହେଉଥିବା “ଅସଲ କଥା” ଏକ ନିଆରା କାର୍ଯ୍ୟକ୍ରମ ଯାହା ବିଭିନ୍ନ ରାଜନୈତିକ, ସାମାଜିକ,ସାଂସ୍କୃତିକ, ସ୍ୱାସ୍ଥ୍ୟଭିତ୍ତିକ ଓ ଜନସଚେତନତାଭିତ୍ତିକ ଘଟଣା ଓ ତଥ୍ୟର ଚମତ୍କାର ଅବତାରଣା କରିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking