26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶସିପିଆଇଏମ୍‌ର ଏକ୍ସ ପୋଷ୍ଟ; ଲାଲ୍ ସଲାମ୍ କମ୍‌ରେଡ୍ ସୀତାରାମ ୟେଚୁରୀ

ସିପିଆଇଏମ୍‌ର ଏକ୍ସ ପୋଷ୍ଟ; ଲାଲ୍ ସଲାମ୍ କମ୍‌ରେଡ୍ ସୀତାରାମ ୟେଚୁରୀ

ନୂଆଦିଲ୍ଲୀ : ସୀତାରାମ ୟେଚୁରୀଙ୍କ ବିୟୋଗରେ ବିଜେପି, କଂଗ୍ରେସ ସମେତ ଅନେକ ଦଳର ନେତାମାନେ ଦଳମତ ନିର୍ବିର୍ଶେଷରେ ଶୋକ ପ୍ରକାଶ କରିଛନ୍ତି । ୟେଚୁରୀଙ୍କ ଦେହାନ୍ତ ଜାତୀୟ ରାଜନୀତି ପାଇଁ ଗୋଟି ବିରାଟ ବଡ଼ କ୍ଷତି । ତାଙ୍କ ଦେହାନ୍ତରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ରାଜନେତାମାନେ ମତ ରଖିଛନ୍ତି । ସୀତାରାମ୍‌ଙ୍କ ଦେହାନ୍ତ ସହ ଦୀର୍ଘ ୫ ଦଶନ୍ଧି ଧରି ଚାଲିଥିବା କମ୍ୟୁନିଷ୍ଟ ଚିନ୍ତାଧାରାର ଏକ ରାଜନୈତିକ ଉତ୍ତରାଧିକାରର ସମାପ୍ତି ହୋଇଛି ବୋଲି ଅନେକ ରାଜନେତା କହିଛନ୍ତି ।
ସୀତାରାମ୍‌ଙ୍କ ଦଳ ସିପିଆଇଏମ୍ ପକ୍ଷରୁ ମଧ୍ୟ ଏହି ଗଭୀର ଦୁଃଖ ବ୍ୟକ୍ତ କରାଯାଇଛି । ଦଳ ଏବେ ସୀତାରାମ୍‌ଙ୍କ ମାର୍ଗଦର୍ଶନ ବିନା ନିଜକୁ ଏକାକୀ ଅନୁଭବ କରୁଛି । କିନ୍ତୁ ସୀତାରାମ୍‌ଙ୍କ ମାର୍ଗଦର୍ଶନ ଏବଂ ବିଚାରଧାରା ସବୁବେଳେ ସିପିଆଇଏମ୍‌କୁ ରୁଦ୍ଧିମନ୍ତ କରୁଥିବ ଏବଂ ଦଳର ପ୍ରତ୍ୟେକ୍ କମ୍ରେଡ୍‌କୁ ଅନୁପ୍ରମାଣିତ କରୁଥିବ ବୋଲି ସିପିଆଇଏମ୍ ଦର୍ଶାଇଛି । ଏକ୍ସ’ରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିବା ପୂର୍ବକ ସିପିଆଇଏମ୍ “ଲାଲ୍ ସଲାମ୍ କମ୍‌ରେଡ୍ ସୀତାରାମ ୟେଚୁରୀ”  ବୋଲି ଉଲ୍ଲେଖ କରିଛି । ସେହିପରି “ସାଧାରଣ ଜୀବନ ପ୍ରତି ସୀତାରାମ ୟେଚୁରୀଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ” ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି । ଅନ୍ୟପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “ସୀତାରାମ ୟେଚୁରୀଙ୍କ ଦେହାନ୍ତ ଖବରରେ ଗଭୀର ଭାବେ ମର୍ମାହତ । ଏହି ଭେଟରାନ ସାଂସଦଙ୍କୁ ମୁଁ ଭଲ ଭାବେ ଜାଣିଥିଲି । ତାଙ୍କ ଦେହାନ୍ତ ଜାତୀୟ ରାଜନୀତି ପାଇଁ ବିରାଟ ବଡ଼ କ୍ଷତି । ମୁଁ ତାଙ୍କ ପରିବାର, ବନ୍ଧୁ ଓ ସହକର୍ମୀଙ୍କୁ ଶୋକ ଜଣାଉଛି ।” ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରାଜୀବ ଚନ୍ଦ୍ରଶେଖର ମଧ୍ୟ ଶୋକ ବ୍ୟକ୍ତ କରି କହିଛନ୍ତି, କିଛି ବର୍ଷ ତଳେ ସଂସଦରେ ତାଙ୍କ ସହଯୋଗୀ ଥିବା ସୀତାରାମ ୟେଚୁରୀଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking