14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଆଇଏସ୍‌ଆଇଏସ୍‌ର ବିଭତ୍ସ ନରସଂହାରର ମିଳିବ ପ୍ରମାଣ!

ଆଇଏସ୍‌ଆଇଏସ୍‌ର ବିଭତ୍ସ ନରସଂହାରର ମିଳିବ ପ୍ରମାଣ!

ବାଗଦାଦ୍‌ : ବିଶ୍ୱର ସର୍ବାଧିକ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍ (ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ୍ ସିରିଆ) ୨୦୧୪ ମସିହାରେ ଇରାକର କିଛି ଅଞ୍ଚଳକୁ ନିୟନ୍ତ୍ରଣ କରିଥିଲା । ଏହା ପରେ, ତିନି ବର୍ଷ ଧରି ହତ୍ୟା, ଦୁଷ୍କର୍ମ, ମହିଳା ବିରୋଧୀ ଅପରାଧ ଏବଂ ଶିଶୁ ବିରୋଧୀ ଯୌନ ହିଂସା ଏବଂ ହତ୍ୟା ସମେତ ଗଣ ନରସଂହାରର କରାଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଏସବୁ ଘଟଣାର ତଦନ୍ତ କରାଯାଉଛି। ରିପୋର୍ଟ ଅନୁସାରେ ଆଇଏସ୍‌ଆଇଏସ୍ ଆତଙ୍କବାଦୀମାନେ ଯାହାସବୁ ନାରକୀୟ କାଣ୍ଡ ଘଟାଇଛନ୍ତି ସେସବୁର ପ୍ରମାଣ ମାଟିତଳେ ପୋତି ହୋଇ ରହିଥିବା ନେଇ ସୂଚନା ମିଳିବା ପରେ ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି । ୩୬୦ ଫୁଟ୍ ଲମ୍ବା ଏବଂ ୫୦୦ ଫୁଟ୍ ଗଭୀର ଏକ ଗଣ କବର ସ୍ଥାନରେ ଖନନ ଚାଲିଛି । ଏଠାରୁ ପ୍ରାୟ ୫୦୦୦ ନରକଙ୍କାଳ ମିଳିବାର ଆଶଙ୍କା କରାଯାଉଛି । ସ୍ଥାନୀୟ କର୍ତ୍ତୃପକ୍ଷ, ନ୍ୟାୟିକ ଏବଂ ଫରେନସିକ୍ ତଦନ୍ତକାରୀ, ଇରାକୀ ସହିଦ୍ ଫାଉଣ୍ଡେସନ୍ ଏବଂ ଗଣ କବର ନିର୍ଦ୍ଦେଶାଳୟ ସହିତ ମିଶି ମୋସୁଲର ଦକ୍ଷିଣରେ ଥିବା ଅଲ-ଖାସଫାରେ ଖନନ କରୁଛନ୍ତି । ଏହାକୁ ଆଇଏସଆଇଏସ ଦ୍ୱାରା କରାଯାଇଥିବା ସବୁଠାରୁ ବଧ ଧରଣର ନରସଂହାର ବୋଲି କୁହାଯାଉଛି । ଅଲ୍‌-ଖାସଫା ଇରାକର ଦ୍ୱିତୀୟ ବୃହତ୍ତମ ସହର ମୋସୁଲ ନିକଟରେ ଅବସ୍ଥିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking