ଭୁବନେଶ୍ୱର: ବିଜେଡିରେ ସବୁ ଠିକଠାକ ଚାଲିଛି କହିଲେ ପ୍ରମିଳା ମଲ୍ଲିକ । କୌଣସି ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ନାହିଁ । ଆମ ନେତା ଜଣେ , ଦଳ ଗୋଟିଏ କହିଛନ୍ତି , ପ୍ରମିଳା । ରାଜା ଭାଇ କଣ କହିଛନ୍ତି , ତାହା ତାଙ୍କ ବ୍ୟକ୍ତିଗତ । ନବୀନଙ୍କ ସପକ୍ଷରେ ସମସ୍ତେ ଅଛନ୍ତି । ନାଲିଆଖି ଦେଖାଇବା କଥା ଭୁଲ । ସମସ୍ତଙ୍କ ସହ ଆଲୋଚନା କରି ଦଳକୁ ସଂଗଠିତ କରାଯାଉଛି । ଆସନ୍ତା ୧୮ କିମ୍ବା ୧୯ରେ ଜିଲ୍ଲା ସଭାପତି ଘୋଷଣା ହେବ ।