27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶରାଜନୀତିରେ ସମସ୍ତେ ଅସନ୍ତୁଷ୍ଟ: ଗଡ଼କରୀ

ରାଜନୀତିରେ ସମସ୍ତେ ଅସନ୍ତୁଷ୍ଟ: ଗଡ଼କରୀ

ନାଗପୁର: ରାଜନୀତି ହେଉଛି ଅସନ୍ତୁଷ୍ଟ ଲୋକମାନଙ୍କ ସାଗର, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଅସନ୍ତୁଷ୍ଟ ଏବଂ ବର୍ତ୍ତମାନର ପଦଠାରୁ ଉଚ୍ଚ ପଦ ପାଇଁ ଇଚ୍ଛା କରନ୍ତି। ଯିଏ ଏବେ କାଉନସିଲର ଅଛି, ସେ ଏଥିପାଇଁ ଅସନ୍ତୁଷ୍ଟ ଯେ ସେ ବିଧାୟକ ହୋଇପାରୁନାହିଁ। ସେହିପରି ଯିଏ ବିଧାୟକ ଅଛି ସେ ମନ୍ତ୍ରୀ ହେବାକୁ ଚାହୁଁଛି। ଯିଏ ମନ୍ତ୍ରୀ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ହୋଇପଡୁଛି। ସୋମବାର ‘୫୦ ଗୋଲଡେନ୍ ରୁଲ୍ସ ଅଫ୍ ଲାଇଫ୍‌’ ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ ଗଡ଼କରୀ ଏପରି କହିଛନ୍ତି। ତାଙ୍କ କହିବାନୁସାରେ ରାଜନୀତିରେ ସମସ୍ତେ ଅସନ୍ତୁଷ୍ଟ।

ଗଡ଼କରୀଙ୍କ କହିବାନୁସାରେ ଜୀବନ ହେଉଛି ବୁଝାମଣା, ବାଧ୍ୟତାମୂଳକତା, ସୀମିତତା ଓ ବିରୋଧାଭାସର ଖେଳ। ଜଣେ ପାରିବାରିକ, ସାମାଜିକ, ରାଜନୈତିକ କିମ୍ବା କର୍ପୋରେଟ୍ ଜୀବନରେ ଥାଉ, ଜୀବନ ଆହ୍ୱାନ ଏବଂ ସମସ୍ୟାରେ ପରିପୂର୍ଣ୍ଣ ଏବଂ ତାହାର ମୁକାବିଲା କରିବା ପାଇଁ “ବଞ୍ଚିବାର କଳାକୁ ବୁଝିବା ଉଚିତ୍‌। ପ୍ରକାଶ, ଗଡ଼କରୀଙ୍କ ଏପ୍ରକାର ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଛି। ଦେବେନ୍ଦ୍ର ଫଡନଭୀସ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ଅନୁମାନ ଲଗାଉଥିବା ବେଳେ ଏକନାଥ ଶିନ୍ଦେ କିନ୍ତୁ ଏହାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ମହାରାଷ୍ଟ୍ରରେ ମଧ୍ୟ ବିଜେପି ଜଣେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି କିଛି ଲୋକ ଅନୁମାନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking