27.1 C
Bhubaneswar
Thursday, February 12, 2026
Homeଅପରାଧଆଜି ବି ପ୍ରମିଳାଙ୍କ ଭାଇ ଘରେ ରେଡ

ଆଜି ବି ପ୍ରମିଳାଙ୍କ ଭାଇ ଘରେ ରେଡ

ସମ୍ବଲପୁର: ଦ୍ବିତୀୟ ଦିନରେ କ୍ଷୀରୋଦ ମଲ୍ଲିକଙ୍କ ଘରେ ଚାଲିଛି ଇଡି ରେଡ୍। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଆଜି ମଧ୍ୟ ଇଡି ଚଢ଼ାଉ କରିଛି। ୨୩୧ କୋଟି ଠକେଇ ଅଭିଯୋଗରେ ଛାନଭିନ୍ କରୁଛି ଇଡି । ଏନଜିଓ ‘ବିଶ୍ବ’ ଅଫିସ ସମ୍ପାଦକଙ୍କ ଘର ସମେତ ମୋଦିପଡ଼ା, ଧନୁପାଲି ଅଞ୍ଚଳରେ ରେଡ୍ ଜାରି ରହିଛି। ‘ବିଶ୍ବ’ ଏନଜିଓର ପ୍ରତିଷ୍ଠାତା ହେଉଛନ୍ତି କ୍ଷୀରୋଦ ମଲ୍ଲିକ।ଗତକାଲି ବିଶ୍ୱ ଏନଜିଓ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ ଧରଣରୁ ଚଢ଼ଉ କରାଯାଇଥିଲା। ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ରେଡ୍ ହୋଇଥିଲା। ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଇଡି ପକ୍ଷରୁ ଚଢ଼ାଉ ହୋଇଥିଲା । ଗୁରୁବାର ବି ଇଡି ପକ୍ଷରୁ ସମ୍ବଲପୁରରେ ଚାଲିଛି ଚଢାଉ । କ୍ଷୀରୋଦ ମଲ୍ଲିକଙ୍କ ସଂସ୍ଥାରେ ଇଡି ପକ୍ଷରୁ ଚାଲିଛି ରେଡ୍‌ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking