24.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଦିବ୍ୟାଙ୍ଗ ନାବାଳିକାକୁ ବି ଛାଡ଼ିଲେନି..

ଦିବ୍ୟାଙ୍ଗ ନାବାଳିକାକୁ ବି ଛାଡ଼ିଲେନି..

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ବାରାମୂଳା ଜିଲ୍ଲାରୁ ଏକ ଲୋମ ଟାଙ୍କୁରି ଉଠିଲା ଭଳି ମାମଲା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଏହି ଜିଲ୍ଲାରେ ଏକ ମାନସିକ ଭାବେ ଅକ୍ଷମ ନାବାଳିକା ସହ ଦୁଷ୍କର୍ମ ଏବଂ ତାଙ୍କୁ ଗର୍ଭବତୀ କରିବା ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ନାବଳିକାଙ୍କ ସହ ଏହି ଲଜ୍ଜାଜନକ କାମ କରିଥିବା ଜଣେ ଅଭିଯୁକ୍ତ ବିହାରର। ପୋଲିସ ଡିଏନଏ ଯାଞ୍ଚ ଜରିଆରେ ଏହି ଜଘନ୍ୟ ଅପରାଧର ଦୋଷୀଙ୍କ ଠିକଣା ଖୋଜି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ ମୁତାବକ, ଜାନୁଆରରେ ଜୁଞ୍ଜର ପୋଲିସ ଷ୍ଟେସନକୁ ସୂଚନା ମିଳିଥିଲା ଯେ, ମାଗମ ଅଞ୍ଚଳର ଏକ ହସ୍ପିଟାଲରେ ୧୬ ବର୍ଷର ଏକ ନାବାଳିକାଙ୍କ ମେଡିକାଲ ଯାଞ୍ଚରୁ ଜଣାପଡ଼ିଛି ଯେ, ସେ ୨୫ ସପ୍ତାହର ଗର୍ଭବତୀ ଅଛନ୍ତି। ଏହାପରେ ପୋଲିସ ପୋକ୍ସୋ ଆକ୍ଟ, ୨୦୧୨ ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ, ମାମଲା ରୁଜ୍ଜୁ କରିଛି।

ଯାଞ୍ଚ ସମୟରେ ପୋଲିସ ସର୍ବପ୍ରଥମେ ମହମ୍ମଦ ରଫୀଦ ଭଟ ଏବଂ ମହମ୍ମଦ ନସରୁଲ୍ଲାହ ଖାନଙ୍କୁ ଗିରଫ କରିଛି। ଏମାନଙ୍କ ଉପରେ ଦୁଷ୍କର୍ମ, ଯୌନ ନିର୍ଯାତନା ଏବଂ ଅପହରଣର ଅଭିଯୋଗ ଥିଲା, କିନ୍ତୁ ଡିଏନଏ ଯାଞ୍ଚରେ ଜଣାପଡିଥିଲା ଯେ, ଏମାନେ ଗର୍ଭରେ ବଢୁଥିବା ପିଲାର ବାପା ନୁହଁନ୍ତି। ପୋଲିସ ନିଜ ଯାଞ୍ଚ ଜାରି ରଖିଲା ଏବଂ ବିହାରର ଚମ୍ପାରଣ ନିବାସୀ ଜୱାଦ ଆଲମଙ୍କୁ ମୁଖ୍ୟ ସନ୍ଦିଗ୍ଧ ଭାବେ ଚିହ୍ନଟ କଲା। ଡିଏନଏ ଟେଷ୍ଟରେ ସ୍ପଷ୍ଟ ହୋଇଥିଲା ଯେ, ଜୱାଦ ହିଁ ଗର୍ଭର ଜୈବିକ ବାପା ଏବଂ ସେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଛନ୍ତି।ଯାଞ୍ଚ ସମୟରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ, ତିନିଜଣ ଅଭିଯୁକ୍ତ ଭିନ୍ନ ଭିନ୍ନ ସୁଯୋଗରେ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲା, ଯେଉଁଥିରେ ଜୱାଦଙ୍କ କାରଣରୁ ସେ ଗର୍ଭବତୀ ହୋଇଥିଲେ। ପୋଲିସ ପ୍ରବକ୍ତା କହିଛନ୍ତି ଯେ,ଏହି ମାମଲା ଆମ ସମ୍ବେଦନଶୀଳତା ଏବଂ ବୈଜ୍ଞାନିକ ଯାଞ୍ଚର ଫଳାଫଳ। ଏଥିସହ ଏହି ୩ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ଦେବୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking