ଭୁବନେଶ୍ୱର: ରାଜ୍ୟର ୫୦୦୮ ରାଜସ୍ୱ ଓ ପଡା ଗ୍ରାମକୁ ଏବେବି ନାହିଁ ସବୁଦିନିଆ ରାସ୍ତା । କମ ସମୟ ଭିତରେ ରାଜସ୍ୱ ଗ୍ରାମକୁ ସବୁ ଦିନିଆ ରାସ୍ତା ହେବ ନିର୍ମାଣ । ଚଳିତ ଆର୍ଥିକ ବର୍ଷରେ ୨୬୪୩ କି.ମି ରାସ୍ତା ନିର୍ମାଣ କରିଛନ୍ତି ସରକାର । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ମନ୍ତ୍ରୀ ରବି ନାଏକ ଗୃହରେ ଏନେଇ ଉତ୍ତର ରଖିଛନ୍ତି । ବିଧାନସଭା ଅଧିବେଶନର ପଞ୍ଚମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି । ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେଉଛି । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ । ଏଥି ସହିତ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ରହିଛି । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଅନ୍ୱେଷା ଯୋଜନା ବନ୍ଦ କରିବା ଷଡଯନ୍ତ୍ର ଉପରେ ଗୃହର କଂଗ୍ରେସ ମୁଲତବି ପ୍ରସ୍ତାବ ଆଣିପାରେ ।ଆଜି ସରଗରମ ହୋଇପାରେ ବିଧାନସଭା ।










