27.1 C
Bhubaneswar
Friday, July 5, 2024
Homeଦେଶ ବିଦେଶ୮୦ରୁ ୮୦ଆସନ ଜିତିଲେ ବି ଇଭିଏମ୍ ଉପରେ ଭରସା ନାହିଁ: ଅଖିଳେଶ

୮୦ରୁ ୮୦ଆସନ ଜିତିଲେ ବି ଇଭିଏମ୍ ଉପରେ ଭରସା ନାହିଁ: ଅଖିଳେଶ

ନୂଆଦିଲ୍ଲୀ:  ନିର୍ବାଚନ ଶେଷ ପରେ ମଧ୍ୟ ଇଭିଏମ୍ (ଇଭିଏମ୍‌) ବିବାଦ ଥମିବାର ନାଁ ଧରୁନି । ରିପୋର୍ଟ ଅନୁସାରେ ଆଜି ଲୋକସଭାରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପୁଣିଥରେ ଇଭିଏମ୍ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ଅଖିଳେଶ କହିଛନ୍ତି, ତାଙ୍କର ଇଭିଏମ୍ ଉପରେ ଆଦୌ ଭରସା ନାହିଁ । କାଲି ନଥିଲା କି ଆଜି ବି ନାହିଁ । ଯଦି ତାଙ୍କ ଦଳ ଉତ୍ତରପ୍ରଦେଶର ସମସ୍ତ ଲୋକସଭା ଆସନ ଅର୍ଥାତ୍ ୮୦ରୁ ୮୦ଟି ଯାକ ଆସନରେ ବିଜୟୀ ହୁଅନ୍ତି ତେବେ ମଧ୍ୟ ସେ ଇଭିଏମ୍ ଉପରେ ଭରସା କରିପାରିବେ ନାହିଁ ।
ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଜାରି ରହିଛି । ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖି ଅଖିଳେଶ ଯାଦବ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାପରେ ସେ ବିଭିନ୍ନ ପ୍ରସଙ୍ଗ ଉଠାଇ ଏକ ଭିନ୍ନ ଢ଼ଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଅଖିଳେଶଙ୍କ କହିବାନୁସାରେ ବର୍ତ୍ତମାନର ଏନ୍‌ଡିଏ ସରକାର ଅଧିକ ଦିନ ପର୍ଯ୍ୟନ୍ତ ଚାଲିବ ନାହିଁ, ଏହି ସରକାର ଖୁବ୍ କମ୍ ଦିନରେ ଭୁଶୁଡି ପଡ଼ିବ । ସମ୍ବିଧାନ ହିଁ ସଞ୍ଜିବନୀ ଏବଂ ଏହି ନିର୍ବାଚନରେ ସମ୍ବିଧାନର ରକ୍ଷକଙ୍କର ବିଜୟ ହୋଇଛି । ଏ ଦେଶ କାହାର ବ୍ୟକ୍ତିଗତ ଆଂକାକ୍ଷାରେ ନୁହେଁ ବରଂ ଜନ ଆକାଂକ୍ଷାରେ ଚାଲିବ ବୋଲି ସେ କହିଛନ୍ତି । ଇଭିଏମ ସମ୍ପୂର୍ଣ୍ଣ ନ ହଟିବା ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ ଜାରି ରହିବ । ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଇଭିଏମ୍ ହଟାଇ ଦେବେ ବୋଲି ଅଖିଳେଶ କହିଛନ୍ତି । ସେହିପରି ଅଗ୍ନିବୀର ଯୋଜନା, ଅଯୋଧ୍ୟାରେ ବିଜେପିର ପରାଜୟକୁ ନେଇ ମଧ୍ୟ ଅଖିଳେଶ ବିଜେପିକୁ ଶାଣିତ କଟାକ୍ଷ କରିବା ଦେଖିବାକୁ ମିଳିଛି । ଅଖିଳେଶ କହିଛନ୍ତି, କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବା ପରେ ଅଗ୍ନିବୀର ଯୋଜନାକୁ ପ୍ରତ୍ୟାହାର କରିନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking