24.1 C
Bhubaneswar
Tuesday, February 10, 2026
Homeଓଡିଶାଶାସନରୁ ଗଲାପରେ ବି ଗୁଣ୍ଡାରାଜ ଅଭ୍ୟାସ ଛାଡ଼ିନି ବିଜେଡି : ଡ. ଯତୀନ ମହାନ୍ତି

ଶାସନରୁ ଗଲାପରେ ବି ଗୁଣ୍ଡାରାଜ ଅଭ୍ୟାସ ଛାଡ଼ିନି ବିଜେଡି : ଡ. ଯତୀନ ମହାନ୍ତି

ନୂଆପଡ଼ା/ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ବିଜେପି ବିଜୟ ଲାଭ କରୁଥିବା ଅନୁଭବ କରି ବିଜେଡି ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି। ଶାସନରୁ ଗଲାପରେ ବି ପୂର୍ବ ଚିରାଚରିତଢ଼ଙ୍ଗରେ ଗୁଣ୍ଡାରାଜ ଆରମ୍ଭ କରି ଦେଇଛି। ବିଜେଡିର ନେତାମାନେ ଏବେ ବିଜେପି କାର୍ଯ୍ୟକର୍ତା ଓ ସମର୍ଥକମାନଙ୍କୁ ମାର୍‌ପିଟ କରିବା ସହ ହତ୍ୟା ଧମକ ଦେଉଛନ୍ତି। ଏନେଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧିମଣ୍ଡଳୀ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି।

ଅକ୍ଟୋବର ୩୦ରେ ବିଜେପି ସମର୍ଥକ ତଥା ନୂଆପଡ଼ାର ଅନୁସୂଚିତ ଜାତିବର୍ଗର ଯୁବକ ଜିତୁ ଆଡବଙ୍ଗଙ୍କୁ ଦିନ ଦ୍ୱିିପହରେ ବିଜେଡି ନେତା ପ୍ରଣବ ଦାସ(ବବି) ଓ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ଉଭୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ମାରି ହତ୍ୟା ଧମକ ଦେଇଥିଲେ। ବିଜେପି ପାଇଁ ପ୍ରଚାର ନ କରିବାକୁ ତାଗିଦ କରିଥିଲେ, ଯାହାକି ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ। ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଅବାଧ ଓ ଅପରାଧମୁକ୍ତ ନିର୍ବାଚନ ପାଇଁ ଅଭିଯୁକ୍ତ ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି ପ୍ରତିନିଧିମଣ୍ଡଳୀ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି। ଏହି ପ୍ରତିନିଧିମଣ୍ଡଳୀରେ ସାଂସଦ ଅନିତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ଦିଲୀପ ମଳ୍ଲିକ, ରାଜେନ୍ଦ୍ର ପଣ୍ଡା, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଏବଂ ପ୍ରବକ୍ତା ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking