27.1 C
Bhubaneswar
Monday, March 30, 2026
Homeଓଡିଶା୭୦୦ ଲୋକଙ୍କୁ ସ୍ଥାନାନ୍ତରଣ ବ୍ୟବସ୍ଥା, ୧୨ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ

୭୦୦ ଲୋକଙ୍କୁ ସ୍ଥାନାନ୍ତରଣ ବ୍ୟବସ୍ଥା, ୧୨ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ

ନିଶ୍ଚିନ୍ତକୋଇଲି: ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ ବିରଞ୍ôଚ ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧିନରେ ଥିବା ସମସ୍ତ ଅଧିକାରୀ ଓ ପଂଚାୟତ ସମିତିର ଜନପ୍ରତିନିଧିମାନଙ୍କୁ ନିଆଯାଇଥିଲା। ବାତ୍ୟା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ବୈଠକରେ ତହସିଲଦାର ଅନୀତା ନାୟକ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଅମିତ୍ କୁମାର ଜେନା, ସିଡିପିଓ ସତ୍ୟଭାମା ବିଶୋଇ, ପ୍ରାଣୀ ଚିକିତ୍ସାଅଧିକାରୀ ପ୍ରକାଶ କୁମାର ବେହେରା, ଖାଦ୍ୟ ଯୋଗାଣ ଅଧିକାରୀ କେଦାରନାଥ ପ୍ରଧାନୀ, ଅଗ୍ନିସମ ଅଧିକାରୀ ପ୍ରସନ୍ନ କୁମାର ପରିଜା, ସହକାରୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, ସୌମ୍ୟରଂଜନ ପଟ୍ଟନାୟକ, ଯନ୍ତ୍ରୀ ବିଜୟ କୁମାର ସେଠୀ ପ୍ରମୁଖ ଯୋଗଦେଇ ସାମ୍ଭାବ୍ୟ ବାତ୍ୟାରେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଏକ ପ୍ରସ୍ତାବ ରଖାଯାଇଥିଲା।

ଏହାପରେ ୩ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ୯ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଯୋଜନା କରାଯାଇଛି। ଏହାସତ୍ତ୍ୱେ ୫ ଦିନ ୨୨ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଏକ କଣ୍ଟ୍ରୋଲରୁମ୍ ଖୋଲାଯିବ , ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଶୋକ କୁମାର ମହାନ୍ତି ସମ୍ଭାବ୍ୟ ବାତ୍ୟା ପାଇଁ ନୋଡାଲ ଅଫିସର ହୋଇଥିବା ଜରୁରୀକାଳିନ ପରିସ୍ଥିତିରେ ତାଙ୍କର ମୋବାଇଲ ନମ୍ବର ୯୪୩୭୨୨୬୩୦୦କୁ ଯୋଗାଯୋଗ କରିପାରିବେ। ଏହା ସତ୍ତ୍ୱେ ବିଡିଓଙ୍କ ସହିତ ଯୋଗାଯୋଗ କରିପାରିବେ ବୋଲି ବିଡିଓ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଉପସ୍ଥିତ ପଞ୍ଚାୟତ ସମିତିର ଲୋକପ୍ରତିନିଧିମାନେ ବାତ୍ୟା ପୂର୍ବରୁ ତିନିମାସର ଖାଉଟି ରାସନ ସାମଗ୍ରୀ ଯଥା କିରୋସିନି ଏବଂ ଚାଉଳ ପ୍ରତି ରାସନକାର୍ଡ ହିତାଧିକାରୀଙ୍କୁ ତୁରନ୍ତ ଯୋଗାଇଦେବା ପାଇଁ ମତପ୍ରକାଶ ପାଇଥିଲା।

ଏହାସତ୍ତ୍ୱେ ନିଶ୍ଚିନ୍ତକୋଇଲି ଅଗ୍ନିସମ ବିଭାଗ ତରଫରୁ ସମ୍ଭାବ୍ୟ ବାତ୍ୟା ପାଇଁ ମୁଖ୍ୟ ରାସ୍ତା ଏବଂ ଜରୁରୀ କାଳିନ ପରିସ୍ଥିତିକୁ ପ୍ରଥମେ ଗୁରୁତ୍ୱ ଦିଆଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା। ସ୍ଥାନାନ୍ତରଣ କେନ୍ଦ୍ର ଗୁଡିକରେ ଜେନେରେଟର, ପାନୀୟ ଜଳ ଓ ରନ୍ଧା ଖାଦ୍ୟର ସୁବିଧା କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ନିତ୍ୟବ୍ୟବହାର୍ଯ୍ୟ ଜିନିଷର କୃତ୍ରିମ ଅଭାବ ସୃଷ୍ଟି କରୀ ଓ କଳାବଜାରୀଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିବା ବ୍ଲକ ପ୍ରଶାସନ ତରଫରୁ ସମସ୍ତ ପଞ୍ଚାୟତର ଜନପ୍ରତିନିଧିଙ୍କୁ ଏହି ବୈଠକରେ ଅବଗତ କରାଯାଇଛି। ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ପ୍ରଶାସନିକ ସ୍ତରରେ ନୋଡାଲ ଅଫିସର ରହିବେ।

ସେମାନେ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ଗୁରୁତ୍ୱ ଦେଇ ବ୍ଲକ ନୋଡାଲ ଅଫିସରଙ୍କୁ ଅବଗତ କରାଇବେ। ଜରୁରୀକାଳିନ ପରିସ୍ଥିତିରେ ବୃଦ୍ଧ, ବୃଦ୍ଧା, ଗର୍ଭବତୀ, ପ୍ରସୂତୀ, ରୋଗୀ ଓ ଶିଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ଦୃଷ୍ଟି ରଖିଛି। ନିଶ୍ଚିନ୍ତକୋଇଲି ବ୍ଲକ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇ ଆଜିର ବୈଠକରେ ବିଡିଓ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଯନ୍ତ୍ରୀ ବନ୍ୟା ମହାନ୍ତି, ସ୍ମିତାରାଣୀ ମହାନ୍ତି, ନିଳୀମା ନାୟକ, ପ୍ରଦୀପ୍ତ କୁମାର ସେନାପତି, ସସ୍ମିତା ଓତା, ମାଧୁର୍ଯ୍ୟମୟୀ ଜେନା, ମାମା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଟିପିସିଓଡିଏଲ୍ ବିଦ୍ୟୁତ ସଂସ୍ଥାର କୌଣସି କର୍ମଚାରୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking