14.1 C
Bhubaneswar
Friday, December 19, 2025
Homeଓଡିଶାବିବାହ ବିଚ୍ଛେଦ ହାର କମେଇବା ପାଇଁ ପ୍ରତିଷ୍ଠା ହେବ ପ୍ରାକ୍

ବିବାହ ବିଚ୍ଛେଦ ହାର କମେଇବା ପାଇଁ ପ୍ରତିଷ୍ଠା ହେବ ପ୍ରାକ୍

ଭୁବନେଶ୍ୱର: ରାଜ୍ୟରେ ମହିଳାମାନଙ୍କ ବିକାଶ ଓ ମହିଳାମାନଙ୍କ ଦ୍ଵାରା ବିକାଶକୁ ହାସଲ କରିବା ନିମନ୍ତେ ମହିଳାମାନେ ନିଜ ନ୍ୟାୟିକ ଅଧିକାର ପ୍ରତି ସଚେତନ ହେବା ନିହାତି ଆବଶ୍ୟକ ବୋଲି ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଥିବା ଓଡ଼ିଶା ରାଜ୍ୟ ମହିଳା ଆୟୋଗରେ ୩୨ତମ ପ୍ରତିଷ୍ଠା ଦିବସ ଯୋଗ ଦେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଦୃଢ ମତ ରଖିଛନ୍ତି । ଆଜିର ମହିଳା ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ଶକ୍ତି ଓ ସାମର୍ଥ୍ୟ ପ୍ରତିପାଦନ କରିଛନ୍ତି। ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରି ନ୍ୟାୟିକ ସୁରକ୍ଷା ପ୍ରଦାନ କରିବା ସରକାରଙ୍କ ସହ ସମାଜର କର୍ତ୍ତବ୍ୟ ହେବା ଉଚିତ । ତୃଣମୂଳସ୍ତରରେ ମହିଳାମାନଙ୍କ ସାମାଜିକ, ଅର୍ଥନୈତିକ ବିକାଶ ସହ ସେମାନଙ୍କ ନ୍ୟାୟିକ ଅଧିକାରକୁ ସୁନିଶ୍ଚିତ କରିବା ଓଡ଼ିଶା ରାଜ୍ୟ ମହିଳା ଆୟୋଗର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି । ବଢୁଥିବା ବିବାହ ବିଚ୍ଛେଦ ହାରକୁ କମେଇବା ନିମନ୍ତେ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷ ଶ୍ରୀମତୀ ବିଜୟା ରାହତକାରଙ୍କ ଉପଦେଶ କ୍ରମେ ଓଡ଼ିଶାରେ ପ୍ରାକ୍ – ବିବାହ ପରାମର୍ଶ କେନ୍ଦ୍ର ଖୋଲାଯିବ ବୋଲି ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା ରାହତକାର ଯୋଗ ଦେଇ ରାଜ୍ୟ ସରକାରଙ୍କ ମହିଳା କେନ୍ଦ୍ରିତ ଯୋଜନାକୁ ପ୍ରଶଂସା କରିବା ସହ ବାଲ୍ୟ ବିବାହ, ଲିଙ୍ଗଭିତ୍ତିକ ହିଂସା, ସାଇବର୍ ଅପରାଧ, ମାନବ ଚାଲାଣ ଓ କାର୍ଯ୍ୟାଳୟରେ ଯୌନ ନିର୍ଯ୍ୟାତନା ଆଦି ବିଷୟ ଉପରେ ବିଶଦ ଆଲୋଚନା କରିଥିଲେ। ଏହି ସବୁ ସମସ୍ୟାର ନିରାକରଣ ପାଇଁ ନିରନ୍ତର ଜନସଚେତନତାର ଆବଶ୍ୟକତା ରହିଛି। ସେଥିନିମନ୍ତେ ଗାଁ ଗାଁ ରେ ମହିଳା ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ କରାଯାଇ ଏ ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ଓ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତକରଣ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉପସ୍ଥିତ ରହି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଆୟୋଗ ତରଫରୁ ମହିଳା ଆଇନ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଚଳିତ ମାସ ୧୧, ୧୨, ୧୩ ତିନି ଦିନ ବ୍ୟାପୀ ଆୟୋଜନ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଶା ବାନାର୍ଜୀଙ୍କ ସହ ମହିଳା ଓ ଶିଶୁ ବିକାଶ ବିଭାଗ ଓ ରାଜ୍ୟ ମହିଳା ଆୟୋଗର ଅଧିକାରୀବୃନ୍ଦ ମାନେ ଉପସ୍ଥିତ ଥିଲେ । ଏହା ସହ ମହିଳା ଓ ଶିଶୁ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଯୁବ ନେତୃବର୍ଗ, ସ୍ଵୟଂ ସହାୟକ ଗୋଷ୍ଠୀ ଫେଡେରେଶନ ଆଦି ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking