21.1 C
Bhubaneswar
Monday, December 8, 2025
Homeଓଡିଶାସମାବେଶୀ ବ୍ୟବସ୍ଥା ପ୍ରତିଷ୍ଠା କରିବା: ଓମ ବିର୍ଲା

ସମାବେଶୀ ବ୍ୟବସ୍ଥା ପ୍ରତିଷ୍ଠା କରିବା: ଓମ ବିର୍ଲା

ଭୁବନେଶ୍ୱର: ଦେଶରେ ସମାବେଶୀ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ହେବ କହିଲେ ଓମ ବିର୍ଲା । ଏସସି /ଏସଟି ଜାତୀୟ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ ବିର୍ଲା ଆହ୍ୱାନ ଦେଇଛନ୍ତି, କହିଛନ୍ତି,  ଦେଶକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଥୀରେ ନେଇ ଚାଲିବା । ସମସ୍ତଙ୍କୁ ନ୍ୟାୟ, ସମସ୍ତଙ୍କୁ ସେମାନଙ୍କ ଅଧିକାର ଦେବାକୁ ହେବ । ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମାଟିରୁ ଆସିଛନ୍ତି । ଦେଶର ଲୋକତନ୍ତ୍ର ଓ ଗଣତନ୍ତ୍ରର ଶକ୍ତି ପୂରା ବିଶ୍ୱକୁ ଅବଗତ କରାଉଛନ୍ତି । ଏସସି/ଏସଟି ବଜେଟ ଆବଣ୍ଟନର ସମୀକ୍ଷା ହେବା ଜରୁରୀ । ସଂସଦୀୟ କମିଟି ରିପୋର୍ଟରେ ଦେଖିବାକୁ ମିଳୁଛି ଆବଣ୍ଟିତ ବଜେଟ କାଯ୍ୟକାରୀ ହେଉନି । ଏସସି/ ଏସଟି ଙ୍କ ବିଭିନ୍ନ ଯୋଜନା ବାବଦରେ ସାଂସଦ , ବିଧାୟକ ଜାଣିବା ଦରକାର ।  ରୋଜଗାର ଆର୍ଥିକ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଜରୁରୀ । କେଉଁ ଯୋଜନା କଲେ ଦଳିତ ଆଦିବାସୀ ଉପକୃତ ହେବେ ଚିନ୍ତା କରିବା ଜରୁରୀ । ଆବଶ୍ୟକତା ଅନୁସାରେ ସେମାନଙ୍କୁ ଅଧିକାର ଦେବାକୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking