ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ୨ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ୍ । ବରଗଡର ଶେଖର ସାହୁ ଓ କଳାହାଣ୍ଡିର ପ୍ରକାଶ ସାହୁଙ୍କୁ ମିଳିଲା ଜାମିନ୍ । ୨ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜାମିନ୍ ପ୍ରଦାନ କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଅନ୍ୟପଟେ ବିଶ୍ୱରଂଜନ ବେହେରା ଓ ତଫିମ୍ ଅହମ୍ମଦ ଖାନ୍ଙ୍କ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ । ଆସନ୍ତା ୨୦ରେ ଶଙ୍କର ପୃଷ୍ଟି, ଅରବିନ୍ଦ ଦାସ ଓ ସୁରେଶ ନାୟକଙ୍କ ଜାମିନ୍ ଶୁଣାଣି ହେବ ।










