କେନ୍ଦୁଝର: ପୁଣିଥରେ ରାଜା ଚକ୍ରଙ୍କ ଘରେ ଚଢାଉ । ଟଙ୍କା ହେରଫେର ଘଟଣାରେ ରାଜାଙ୍କ ଘରେ ଇଓଡବ୍ଲ୍ୟୁ ଚଢାଉ କରିଛି । ବହୁ ଚର୍ଚ୍ଚିତ ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଙ୍ଗ୍ ଏଜେନ୍ସିରେ ଟଙ୍କା ହେରଫେର ଘଟଣାରେ ରାଜାଙ୍କ ଘରେ ଚଢଉ ହୋଇଛି । ଜଣେ ଏଏସପିଙ୍କ ନେତୃତ୍ଵରେ ଗୋଟିଏ ଟିମ୍ ରାଜାଙ୍କ ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ ଜାରି ରଖିଛି । ବହୁ ସମୟ ଧରି ତାଙ୍କ ଘରେ ଯାଞ୍ଚ୍ ଚାଲିଛି । ତେବେ ରାଜା ଗିରଫ ପରେ ଇଓଡବ୍ଲ୍ୟୁ ତାଙ୍କୁ ରିମାଣ୍ଡରେ ଆଣିଥିଲା । ରିମାଣ୍ଡ ସମୟରେ କିଛି ତଥ୍ୟ ଆଧାରରେ ପୁଣି ଚଢାଉ କରାଯାଇଥିବା ଅନୁମାନ କରାଯାଉଛି ।