କେନ୍ଦୁଝର: ରାଜା ଚକ୍ରଙ୍କ ଘରେ ଇଓଡବ୍ଲୁ । ପରିବାର ଲୋକଙ୍କୁ ପଚରା ଉଚରା ସହ ଚାଲିଛି ତଦନ୍ତ । ଇଓଡବ୍ଲୁର ୩ ଜଣ ଅଧିକାରୀଙ୍କ ସହ କେନ୍ଦୁଝର ଟାଉନ ଥାନା କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିବା ନେଇ ସୂଚନା ମିଳିଛି । କେନ୍ଦୁଝରର ଯୁବ ବିଜେଡି ନେତା ରାଜା ଚକ୍ରଙ୍କ ଦୁଇ ସହଯୋଗୀଙ୍କୁ ପୂର୍ବରୁ ଜେରା ହୋଇଛି । ବହୁଚର୍ଚ୍ଚିତ ଶୁଆକାଟି ଲୋଡିଙ୍ଗ କୋ-ଅପରେଟିଭ୍ ସୋସାଇଟି ଦୁର୍ନୀତି ମାମଲାର ଦ୍ଵିତୀୟ ମୁଖ୍ୟ କାର୍ପଟଦାର ସୁଶାନ୍ତ କୁମାର ସାମଲଙ୍କୁ ଜେରା କରିଥିଲା ଇଓଡବ୍ଲୁ । ସୁଶାନ୍ତଙ୍କୁ ଜେରା କରି ତା’ର କାରବାର ବୁଝୁଥିବା ପ୍ରଭାତ ପଟ୍ଟନାୟକଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ସୂଚନା ଅନୁସାରେ, ୨ ଜଣଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିଥିଲା ଇଓଡବ୍ଲୁ । ଯେଉଁଥିରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଥିଲା ।










