କେନ୍ଦୁଝର : ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀଙ୍କୁ ବାନ୍ଧିଲା ଇଓଡବ୍ଲୁ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଓ ଏଜେନ୍ସି ଦୁର୍ନୀତି ମାମଲାରେ ବିଜେଡି ନେତାଙ୍କ ସହଯୋଗୀ ସୁଶାନ୍ତ ସାମଲ ଗିରଫ । ବେଆଇନ୍ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଖଣି ଲୋଡିଂ ଓ ଏଜେନ୍ସି ଦୁର୍ନୀତିରେ ସୁଶାନ୍ତଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ସେପଟେ ରାଜା ଚକ୍ରଙ୍କୁ ଆଜିଠୁ ୩ ଦିନିଆ ରିମାଣ୍ଡ ନେବ ଇଓଡବ୍ଲୁ ।