ନୂଆଦିଲ୍ଲୀ: ୱାଶିଂଟନ୍,ଡି.ସି.ରେ ଥିବା ଜେନ୍ ଗୁଡାଲ୍ ଇନଷ୍ଟିଚ୍ୟୁଟ୍ର ପ୍ରତିଷ୍ଠାତା ଡକ୍ଟର ଜେନ୍ ଗୁଡାଲ୍ଙ୍କ ଦେହାନ୍ତ ହୋଇଛି ।91 ବର୍ଷବୟସରେ,ସେ ଆମେରିକାରେ ଏକ ଲେକ୍ଚର ଟୁର ପାଇଁ କାଲିଫର୍ନିଆର ଲସ୍ ଆଞ୍ଜେଲସ୍ରେ ଥିଲେ । ନିଦ୍ରାରେ ଶୋଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ।ଡକ୍ଟର ଗୁଡାଲଙ୍କ ଜୀବନ ଏବଂ କାର୍ଯ୍ୟ କେବଳ ଚିମ୍ପାଞ୍ଜି ଏବଂ ଅନ୍ୟାନ୍ୟ ପ୍ରଜାତି ବିଷୟରେ ଆମର ବୁଝାମଣା ଉପରେ ନୁହେଁ, ବରଂ ମନବଜାତି ଏବଂ ଆମର ସହଭାଗୀ ପରିବେଶ ଉପରେ ମଧ୍ୟ ଏକ ଅଲିଭା ଛାପ ଛାଡ଼ିଛି । ସେ ବିଶ୍ୱର ଅଗଣିତ ଲୋକଙ୍କ ମଧ୍ୟରେ କୌତୁହଳ, ଆଶା ଏବଂ କରୁଣାକୁ ପ୍ରେରଣା ଦେଇଥିଲେ। ବିଶେଷକରି ଯୁବପିଢ଼ି , ଯେଉଁମାନେ ତାଙ୍କୁ ଭବିଷ୍ୟତ ପାଇଁ ଆଶା ଦେଉଥିବା ଭାବରେ ଦେଖିଥିଲେ । 1960 ମସିହାରେ, ଡକ୍ଟର ଗୁଡାଲ୍ ତାଞ୍ଜାନିଆର ଗୋମ୍ବେ ଜାତୀୟ ଉଦ୍ୟାନରେ ସବୁଠାରୁ ଦୀର୍ଘକାଳୀନ ବନ୍ୟ ଚିମ୍ପାଞ୍ଜି ଅଧ୍ୟୟନ ସ୍ଥାପନ କରିଥିଲେ। ଯାହା ଆଜି ମଧ୍ୟ ଜାରି ରହିଛି । ସେ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚିମ୍ପାଞ୍ଜି କ୍ଷେତ୍ରରେ ଜେନ୍ ଗୁଡାଲ୍ ଇନଷ୍ଟିଚ୍ୟୁଟର ସମ୍ପ୍ରଦାୟ – କେନ୍ଦ୍ରିତ ସଂରକ୍ଷଣ ପଦକ୍ଷେପର ନେତୃତ୍ୱ ନେଇଥିଲେ ଏବଂ ଏହାକୁ ବଜାୟ ରଖିଥିଲେ ।










