16.1 C
Bhubaneswar
Thursday, February 5, 2026
Homeଓଡିଶାପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ ଅପବ୍ୟବହାର ସଚେତନତା କାର୍ଯ୍ୟକ୍ରମ

ପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ ଅପବ୍ୟବହାର ସଚେତନତା କାର୍ଯ୍ୟକ୍ରମ

ଯାଜପୁର: ରାଜ୍ୟସରକାରଙ୍କ ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ ଓ ଜିଲ୍ଲା ପରିବେଶ ସମିତି ଦ୍ୱାରା ଏବଂ ଯାଜପୁର ଜିଲ୍ଲା ରଗବି ଫୁଟବଲ୍ ଆସୋସିଏସନ୍ ସହଯୋଗରେ ସ୍ଥାନୀୟ ଦଶରଥପୁର ମିଶ୍ରପୁର ନଦୀ ଘାଟରେ ପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ ର ଅପବ୍ୟବହାର ଉପରେ ସ୍ଥାନୀୟ ଆଦିବାସୀ ଓ ବଣଭୋଜି କରୁଥିବା ସମସ୍ତ ଲୋକଙ୍କୁ ସଚେତନ କରଯାଇଥିଲା। ଜିଲ୍ଲା ରଗବି ଫୁଟବଲ ଆସୋସିଏସନ୍ ର ସମସ୍ତ କ୍ରୀଡାବିତ୍ ଫ୍ଲାଗ କାର୍ଡ ଧରି ସ୍ଥାନୀୟ ନୂଆଗାଁ ଓଡ଼େଇରେ ପଦଯାତ୍ରା କରିବା ସହ ସ୍ଥାନୀୟ ନଦୀ ପଠା, ଥାନା ଅଞ୍ଚଳ ଓ ମିଶ୍ରପୁର ଘାଟ କାର୍ତ୍ତିକସ୍ୱର ମନ୍ଦିର ଅଞ୍ଚଳ ସଫେଇ କାର୍ଯ୍ୟକ୍ରମ କରିଥିଲେ। ଜିଲ୍ଲା ପରିବେଶ ସମ୍ପାଦକ ଶରତ ସାହୁଙ୍କ ତତ୍ତ୍ଵାବଧାନତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ରଗବି ଆସୋସିଏସନ୍ ର ସଭାପତି ନାରଣ ଚନ୍ଦ୍ର ସାହୁ ନଦୀ ପଠାରେ ଭୋଜି ସମୟରେ ପ୍ଲାଷ୍ଟିକ ଗ୍ଲାସ ଓ ପତ୍ର ବ୍ୟବହାର ନ କରିବାକୁ ଦର୍ଶାଇଥିଲେ।, ସମ୍ପାଦକ ଭରତ ସାହୁ ଆଗାମୀ ଭୋଜି ଋତୁ ସମୟରେ ପ୍ରତିଦିନ ସମସ୍ତ ଙ୍କୁ ସଚେତନ କରାଯିବା ସହ ସଫେଇ କାର୍ଯ୍ୟ କରାଯିବ ଏବଂ ସୁସ୍ଥ ପରିବେଶରେ କ୍ରୀଡାବିତ୍ ଙ୍କ ଜୀବନୀ ଉପରେ ଆଲୋଚନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରମୁଖ ସମାଜ ସେବୀ ଜ୍ୟୋତି ପ୍ରକାଶ ରାଏ, ପ୍ରମୋଦ ସାହୁ, କ୍ରୀଡାବିତ୍ ବାସୁଦେବ ତରାଇ, ମନୋଜ୍ ମଲ୍ଲିକ, ଜେନା, ବିଶାଲ ଚୌଧୁରୀ ଲୋକନାଥ ସାହୁ, ଗୀତାଞ୍ଜଳି ଜେନା, ଅଜୟ ପ୍ରଧାନ, ମାମୁନି ବେହେରା, ବିଘ୍ନେଶ୍ୱର ମାଲିକ , ସହ ୫୦ ରୁ ଅଧିକ କ୍ରୀଡାବିତ୍ ଯୋଗଦେଇଥିଲେ।।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking