24.1 C
Bhubaneswar
Thursday, March 12, 2026
Homeଓଡିଶାପରିବେଶ ଅନୁକୂଳ ଭିତ୍ତିଭୂମିକୁ ଦିଆଯିବ ବାସ୍ତବ ରୂପ:ପୃଥ୍ୱୀରାଜ ହରିଚନ୍ଦନ

ପରିବେଶ ଅନୁକୂଳ ଭିତ୍ତିଭୂମିକୁ ଦିଆଯିବ ବାସ୍ତବ ରୂପ:ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ବିଭିନ୍ନ ପ୍ରକାର ବିକାଶ ମୂଳକ ନିର୍ମାଣ କାର୍ଯ୍ୟ ସମୟରେ ପରିବେଶ ଉପରେ ଏହାର କ’ଣ କୁପ୍ରଭାବ ପଡୁଛି ସେ ବିଷୟରେ ଅନେକ ସମୟରେ ଚିନ୍ତା କରାଯାଉ ନାହଁ । ଯାହା ଫଳରେ ପରବର୍ତ୍ତୀ ସମୟରେ ଏହାର କୁପରିଣାମ ସମଗ୍ର ଜୀବଜଗକୁ ଭୋଗିବାକୁ ପଡୁଛି।ତେଣୁ ପରିବେଶ ଅନୁକୂଳ ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏହି କ୍ରମରେ ଅଭିନବ ଜୈବ-ଏନଜାଇମାଟିକ୍ ମାଟି ସ୍ଥିରକାରୀ ଟେରାଜାଇମ୍ (Terrazyme) କୁ ବ୍ୟବହାର କରି କିଭଳି ଦୀର୍ଘସ୍ଥାୟୀ ତଥା ପରିବେଶ ଅନୁକୂଳ ସଡ଼କ ନିର୍ମାଣ କରାଯାଇ ପାରିବ ସେଥି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ସଡ଼କ ନିର୍ମାଣରେ ଟେରାଜାଇମ୍ ବ୍ୟବହାର, ଏହାର ନିର୍ମାଣ ଖର୍ଚ୍ଚ, ସ୍ଥାୟୀତ୍ୱ, ଏବଂ ପରିବେଶ ବାତାନୁକୁଳତା ବିଷୟରେ ଆଲୋଚନା ହୋଇଥିଲା । ଟେରାଜାଇମ୍ ହେଉଛି ଉଦ୍ଭିଦ ନିଷ୍କାସନରୁ ତିଆରି ଏକ ପ୍ରାକୃତିକ, ଅଣ-ବିଷାକ୍ତ ଏବଂ ଜୈବିକ ତରଳ ପଦାର୍ଥ। ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଏହି ବାୟୋ–ଏନ୍ଜାଇମାଟିକ୍ ସଏଲ୍ ସ୍ଟାବିଲାଇଜର୍ ଦ୍ୱାରା ସଡ଼କ ନିର୍ମାଣକୁ ଅଧିକ ମଜଭୁତ, ଓ ଦୀର୍ଘସ୍ଥାୟୀ କରାଯାଇ ପାରିବ।ଏଥିସହିତ ଟେରାଜାଇମ୍ ବ୍ୟବହାର କରି ସ୍ଥାନୀୟ ମାଟିର ଗୁଣମାନ ବୃଦ୍ଧି କରାଯାଇପାରିବ । ଫଳରେ ପଥର, ଗୋଡି, ସିମେଣ୍ଟ ଏବଂ ପିଚୁ ଆଦିରୁ ନିର୍ମାଣ ହେଉଥିବା ରାସ୍ତା ତୁଳନାରେ ଏହାର ନିର୍ମାଣ ଖର୍ଚ୍ଚ ଯଥେଷ୍ଟ କମ ହୋଇପାରିବ। ଏହା ପରିବେଶ ଅନୁକୂଳ ହୋଇଥିବାରୁ ଅତ୍ୟଧିକ ତାପ ଓ ଅଙ୍ଗାରକାମ୍ଳ ନିଗମନକୁ କମ କରିବା ସହିତ ଅତ୍ୟଧିକ ଧୂଳିକୁ ପ୍ରତିହତ କରିପାରିବ।ଏହି ରାସ୍ତା ବିଶେଷ କରି ଜଙ୍ଗଲ ତଥା ଜୈବ ବିବିଧତା ଅଞ୍ଚଳ ଲାଗି ବେଶ ଉପଯୋଗୀ ହେବା ସହିତ ଅନ୍ୟ ଅଞ୍ଚଳରେ ମଧ୍ୟ ବେଶ ଗ୍ରହଣୀୟ ହୋଇପାରିବ ବୋଲି ବୈଠକରେ ଉପସ୍ଥାପନ ହୋଇଥିଲା ।

ଜଙ୍ଗଲ ତଥା ଜୈବ ବିବିଧତା ଅଞ୍ଚଳରେ ଏହି ଟେରାଜାଇମ ବ୍ୟବହାର ଓ ରାସ୍ତା ନିର୍ମାଣ ନେଇ କ’ଣ କରାଯାଇ ପାରିବ ସେଥିନେଇ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କ ନିକଟରେ ଦାଖଲ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୂର୍ତ୍ତ ବିଭାଗ ତଥା ଓବିସିସିର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଓବିସିସିର ଉପଦେଷ୍ଠା ଶ୍ରୀ ଜୟକୃଷ୍ଣ ଦାସ ଏବଂ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking