16.1 C
Bhubaneswar
Monday, January 12, 2026
Homeଦେଶ ବିଦେଶବିହାରରେ ଅଳଙ୍କାର ଦୋକାନରେ ବୁର୍ଖା ପିନ୍ଧି ପ୍ରବେଶ ନିଷେଧ

ବିହାରରେ ଅଳଙ୍କାର ଦୋକାନରେ ବୁର୍ଖା ପିନ୍ଧି ପ୍ରବେଶ ନିଷେଧ

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ଝାନ୍ସୀ ଅଳଙ୍କାର ବ୍ୟବସାୟୀମାନେ ସେମାନଙ୍କ ଅଳଙ୍କାର ଦୋକାନରେ ବୁର୍ଖା କିମ୍ବା ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଏହାର ପ୍ରଭାବ ବିହାରରେ ପଡିଛି । ଏଠାକାର ଅଳଙ୍କାର ବ୍ୟବସାୟୀମାନେ ମାନେ ସେମାନଙ୍କ ଦୋକାନ ବାହାରେ ନୋଟିସ ମଧ୍ୟ ଲଗାଇଛନ୍ତି ଯେ, ବୁର୍ଖା , ନିକାବ, ମାସ୍କ, ହେଲମେଟ ପିନ୍ଧିବା ଉରେ ପ୍ରତିବନ୍ଧକ ଲଗାଯାଇଛି । ଏହି ନିଷ୍ପତ୍ତି ବିହାରରେ ହଇଚଇ ସୃଷ୍ଟି କରିଛି । ଅଲ ଇଣ୍ଡିଆ ଜୁଏଲର୍ସ ଗୋଲ୍ଡସ୍ମିଥ ଫେଡେରେସନର ବିହାର ସଭାତି ଅଶୋକ କୁମାର ବର୍ମା ରାଜ୍ୟର ସମସ୍ତ ଜିଲ୍ଲା ସଭାପତିଙ୍କ ସହିତ ଏହି ବୈଠକ କରିଥିଲେ । ଯେଉଁଥିରେ ବୁର୍ଖା , ନିକାବ, ମାସ୍କ, ହେଲମେଟ ବାବହାର କରିଥିବେ ସେମାନଙ୍କୁ ଫେରାଇ ଦିଆଯିବ । ପ୍ରବେଶ କରିପାରିବେ ନାହିଁ । ସୁରକ୍ଷା ଦୃଷ୍ଟିରୁ ବ୍ୟବସାୟୀମାନେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପାଟନାର କେନ୍ଦ୍ରୀୟ ପୋଲିସ ଅଧିକ୍ଷକଙ୍କୁ ଫୋନ୍ ମାଧ୍ୟମରେ ଏ ବିଷୟରେ ଅବଗତ କରାଯାଇଛି। ଅଶୋକ କୁମାର ବର୍ମା କହିଛନ୍ତି ଯେ ଅଳଙ୍କାର ଦୋକାନର ଅଧିକାଂଶ ଗ୍ରାହକ ମହିଳା, ତେଣୁ ସେମାନଙ୍କ ପ୍ରତି ସମ୍ମାନ ଦୃଷ୍ଟିରୁ ଏହାକୁ ହଟାଇବାକୁ ଅନୁରୋଧ କରାଯିବ। ଅଶୋକ କୁମାର ବର୍ମା ବ୍ୟାଖ୍ୟା କରିଛନ୍ତି ଯେ ଏପରି ଅନେକ ଘଟଣା ଘଟିଛି, ଏବଂ ମୁହଁ ଲୁଚାଇବା ଯୋଗୁଁ ପୋଲିସକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି। ଯଦି କେହି ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ଆମେ ସେମାନଙ୍କୁ ଅଳଙ୍କାର ଦେବୁ ନାହିଁ। ବର୍ତ୍ତମାନ, ସୁନା ଏବଂ ରୂପାର ମୂଲ୍ୟ ବହୁତ ବୃଦ୍ଧି ପାଇଛି, ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ନିଆଯାଇଛି। ଡିଜିପି, ମୁଖ୍ୟ ସଚିବ ଏବଂ ଗୃହ ମନ୍ତ୍ରଣାଳୟକୁ ଏକ ଚିଠି ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking