35.1 C
Bhubaneswar
Thursday, March 26, 2026
Homeଓଡିଶାଜୀବନକୁ ମଉଜ ମନେକରିବା ଏକ କଳା ଏବଂ ଏହି ବହି, କଳାର ସଫଳ ପରିପ୍ରକାଶ: ମୁଖ୍ୟମନ୍ତ୍ରୀ

ଜୀବନକୁ ମଉଜ ମନେକରିବା ଏକ କଳା ଏବଂ ଏହି ବହି, କଳାର ସଫଳ ପରିପ୍ରକାଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ରଙ୍କ ସ୍ଵରଚିତ ପୁସ୍ତକ “ଖାକୀ ମଉଜ” ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରି ବହିଟିକୁ ପ୍ରଶଂସା କରିବା ସହ ଏହାକୁ ପ୍ରତ୍ୟେକ ଓଡ଼ିଆ ପାଠକମାନେ ପଢ଼ିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ଏଥିସହିତ ଜୀବନକୁ ମଉଜ ମନେକରିବା ଏକ କଳା ଏବଂ ଶ୍ରୀ ମିଶ୍ରଙ୍କ ପୁସ୍ତକ ସେ କଳାର ଏକ ସଫଳ ପରିପ୍ରକାଶ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ପୁଲିସର ପୂର୍ବତନ ମହାନିର୍ଦ୍ଦେଶକ, ପୂର୍ବତନ ସିଆରପିଏଫ ନିର୍ଦ୍ଦେଶକ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ନିଜର ପିଲାଦିନ ଓ ଦୀର୍ଘ ଚାକିରି ଜୀବନର ବହୁ ରୋଚକ ଅନୁଭୂତିକୁ ଚଟୁଳ ବ୍ୟଙ୍ଗାତ୍ମକ ଶୈଳୀରେ “ଖାକି ମଉଜ” ପୁସ୍ତକ ମାଧ୍ୟମରେ ପରିପ୍ରକାଶ କରିଛନ୍ତି। ପୁସ୍ତକଟିକୁ ମୂଳ ଇଂରାଜୀରୁ ଅନୁବାଦ କରିଛନ୍ତି ଚିନ୍ମୟ ହୋତା। ପୁସ୍ତକଟିକୁ ପ୍ରକାଶ କରିଛନ୍ତି ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ। ସୋମବାର ସଂଧ୍ୟାରେ ସଚିବାଳୟଠାରେ ପୁସ୍ତକ ଉନ୍ମୋଚନ ଅବସରରେ ଲେଖକ, ଓ ଅନୁବାଦକଙ୍କ ସମେତ ବରିଷ୍ଠ ଲେଖକ ଓ ସ୍ତମ୍ଭକାର ଦାଶ ବେନହୁର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଓ କଥାକାର ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking