37.1 C
Bhubaneswar
Thursday, March 12, 2026
Homeଖେଳହାରିଲା ଇଂଲଣ୍ଡ ; ଫାଇନାଲରେ ଏଣ୍ଟ୍ରି କଲା ଭାରତ

ହାରିଲା ଇଂଲଣ୍ଡ ; ଫାଇନାଲରେ ଏଣ୍ଟ୍ରି କଲା ଭାରତ

ଗୁଏନା : ଟି-୨୦ ବିଶ୍ବକପ୍-୨୦୨୪ରେ ଭାରତୀୟ ଟିମ୍‌ ଗୁରୁବାର ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଦମ୍‌ଦାର ବ୍ୟାଟିଂ ଓ ବୋଲିଂ କରିଛନ୍ତି। ଟିମ୍‌ ଇଣ୍ଡିଆର ଖେଳାଳିମାନେ ଇଂଲଣ୍ଡକୁ ୬୮ ରନ୍‌ରେ ପରାସ୍ତ ସହ ଫାଇନାଲରେ ପହଞ୍ଚିଛନ୍ତି। ଏବେ ଭାରତୀୟ ଟିମ୍‌ ବାର‌ବାଡୋସର ବ୍ରିଜ୍‌ଟାଉନ୍‌ସ୍ଥିତ କେନସିଙ୍ଗଟନ୍‌ ଓଭାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ମ୍ୟାଚ୍‌ ଜୁନ୍‌ ୨୯ ତାରିଖ ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ। ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ଭାରତୀୟ ଟିମ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍‌ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୭୧ ରନ୍‌ ସଂଗ୍ରହ କରିଥିଲା। ଫଳରେ ଇଂଲଣ୍ଡକୁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ଇଂଲଣ୍ଡ ଟିମ୍‌ ଭାରତୀୟ ବୋଲରଙ୍କ ଆକ୍ରମଣରେ ଆଘାତ ପାଇଥିଲା। ପୂରା ଟିମ୍‌ ୧୬.୩ ଓଭରରେ ଆଉଟ୍‌ ହୋଇଯାଇଥିଲା। ଟିମ୍‌ର ଖେଳାଳିମାନେ ୧୦୩ ରନ୍‌ରେ ଅଟକି ଯାଇଥିଲେ। ୨୦୨୨ ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ ମ୍ୟାଚରେ ଭାରତକୁ ଇଂଲଣ୍ଡ ୧୦ ୱିକେଟରେ ପରାସ୍ତ କରିଥିଲା। ଭାରତ ଏହି ପରାଜୟର ପ୍ରତିଶୋଧ ଦୁଇ ବର୍ଷ ପରେ ୱେଷ୍ଟଇଣ୍ଡିଜ ମାଟିରେ ନେଇଛି ଏବଂ ଇଂଲଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking