କଟକ: କାଠଯୋଡିରେ ବୁଡି ଜଣେ ଇଞ୍ଜିନିୟର ମୃତ । ଆଉ ଜଣେ ଇଞ୍ଜିନିୟର ବୁଡି ନିଖୋଜ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି କରିଛି । ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ବୁଡିଗଲେ । ୪ ଜଣ ଇଞ୍ଜିନିୟର ଗାଧୋଇବା ପାଇଁ ଆସିଥିଲା ବେଳେ ଅଘଟଣ ଘଟିଛି । କଟକ ଏସସିବି ନିର୍ମାଣାଧୀନ କାର୍ଯ୍ୟରେ ମୁତୟନ ଥିଲେ । ଉଭୟେ ମହାରାଷ୍ଟ୍ରର ଅଟନ୍ତି । ପାଣିର ଗଭୀରତା ନେଇ ଅବଗତ ନଥିବାରୁ ବୁଡିଯାଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି ।