19.1 C
Bhubaneswar
Monday, December 8, 2025
Homeଓଡିଶାଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି: ମୁଖ୍ୟମନ୍ତ୍ରୀ

ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି, ନିର୍ମାଣ ହେବ ପ୍ଲାଣ୍ଟ । ବିଏମସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବିଏମସି ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ ଅଳିଆ ବାହାରୁଛି । ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଂ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରୁଛୁ । ବାୟୋଗ୍ୟାସ କମ୍ପୋଷ୍ଟିଂ ପ୍ଲାଣ୍ଟ ପାଇଁ ଟେଣ୍ଡର ସରିଛି । ପଳାଶୁଣୀରେ ନିର୍ମାଣ ହେବ ୱେଷ୍ଟ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ । ବର୍ତ୍ତମାନ ଡିପିଆର କାମ ଜାରି ରହିଛି । ଆଗାମୀ ଦିନରେ ଡିପିଆର ଆସିଲେ ଆମେ ସ୍ପଷ୍ଟ କହିପାରିବୁ । ପ୍ରାୟ ଏକ ହଜାର  କି ଦୁଇ ହଜାର ଟନ ଅଳିଆରୁ ୨୫ ମେଗାୱାଟ୍ ଏନର୍ଜି ମିଳିବ । କେବଳ ସେତିକି ନୁହେଁ ଆଗାମୀ ଦିନରେ ବିଭିନ୍ନ କର୍ପୋରେସନ କିମ୍ବା ମ୍ୟୁନିସିପାଲିଟିର ଯେଉଁ ଅଞ୍ଚଳଗୁଡିକ ପଞ୍ଚାୟତରେ ଅଛି ଏବଂ ପରବର୍ତ୍ତୀ ସମୟରେ ମ୍ୟୁନିସିପାଲିଟିରେ ମିଶିବ ସେ ଅଞ୍ଚଳରେ ଅଳିଆକୁ ମଧ୍ୟ ବ୍ୟବହାର କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking