20.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଭାରତ ମହାସାଗରରେ ବୃଦ୍ଧି ପାଇଲା ଶତ୍ରୁର ଶକ୍ତି

ଭାରତ ମହାସାଗରରେ ବୃଦ୍ଧି ପାଇଲା ଶତ୍ରୁର ଶକ୍ତି

ନୂଆଦିଲ୍ଲୀ: ଚାଇନା ପାକିସ୍ତାନକୁ ଆଠଟି ହଙ୍ଗୋର ଶ୍ରେଣୀ ପଣଡୁବୀ ମଧ୍ୟରୁ ତୃତୀୟଟି ହସ୍ତାନ୍ତର କରିଛି, ଯାହା ଭାରତର ନିକଟବର୍ତ୍ତୀ ହିନ୍ଦୁ ମହାସାଗରରେ ପାକିସ୍ତାନ ନୌସେନାର ଉପସ୍ଥିତି ବୃଦ୍ଧି କରିବାରେ ସହାୟକ ହେବ। ଚାଇନାର ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଅନୁସାରେ, ଏହି ପଣଡୁବୀର ଜଳାବତରଣ ସମାରୋହ ଗୁରୁବାର ଚାଇନାର ହୁବେଇ ପ୍ରଦେଶର ଉହାନରେ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୨୦୨୫ରେ ଦ୍ୱିତୀୟ ପଣଡୁବୀ ହସ୍ତାନ୍ତର କରାଯାଇଥିଲା। ଏହା ବ୍ୟତୀତ, ଚାଇନା ଗତ କିଛି ବର୍ଷରେ ପାକିସ୍ତାନକୁ ଚାରିଟି ଆଧୁନିକ ନୌସେନା ଯୁଦ୍ଧଜାହାଜ ଯୋଗାଇ ଦେଇଛି, ଯାହା ଅରବ ସାଗରରେ ବଲୁଚିସ୍ତାନରେ ଗ୍ୱାଦାର ବନ୍ଦର ବିକାଶ ସହିତ ଚାଇନର ନୌସେନା ବିସ୍ତାରକୁ ସମର୍ଥନ କରୁଛି। ପାକିସ୍ତାନର ଉପ-ନୌସେନା ମୁଖ୍ୟ ଭାଇସ ଆଡମିରାଲ ଅବଦୁଲ ସମଦ କହିଛନ୍ତି, ହଙ୍ଗୋର ପଣଡୁବୀର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସେନସର ଆଞ୍ଚଳିକ ଶକ୍ତି ସନ୍ତୁଳନ ଓ ସାମୁଦ୍ରିକ ସ୍ଥିରତା ବଜାୟ ରଖିବାରେ ସହାୟକ ହେବ। ଷ୍ଟକହୋମ ଆନ୍ତର୍ଜାତିକ ଶାନ୍ତି ଗବେଷଣା ସଂସ୍ଥା (ସିପ୍ରୀ) ରିପୋର୍ଟ ଅନୁସାରେ, ଚାଇନା ପାକିସ୍ତାନର ୮୧%ରୁ ଅଧିକ ସାମରିକ ହାର୍ଡୱେର ଯୋଗାଇଛି। ଏହା ମଧ୍ୟରେ ରିଜୱାନ ଗୁପ୍ତଚର ଜାହାଜ, ୬୦୦ରୁ ଅଧିକ ଭିଟି-୪ ଟ୍ୟାଙ୍କ ଓ ୩୬ଟି ଜେ-୧୦ସିଇ ଯୁଦ୍ଧବିମାନ ଅନ୍ତର୍ଭୁକ୍ତ, ଯାହା ପାକିସ୍ତାନ ଭାରତ ସହ ସାମ୍ପ୍ରତିକ ସଂଘର୍ଷରେ ବ୍ୟବହାର କରିଥିଲା। ଚାଇନା ସାମରିକ ବିଶେଷଜ୍ଞ ଝାଙ୍ଗ ଜୁନଶେ କହିଛନ୍ତି, ହଙ୍ଗୋର ପଣଡୁବୀରେ ଉନ୍ନତ ସେନସର, ଉତ୍କୃଷ୍ଟ ଷ୍ଟିଲଥ୍ ବୈଶିଷ୍ଟ୍ୟ, ଉଚ୍ଚ ଗତିଶୀଳତା, ଦୀର୍ଘ ସମୟ ଜଳ ତଳେ ରହିବାର କ୍ଷମତା ଓ ଶକ୍ତିଶାଳୀ ମାରକ କ୍ଷମତା ରହିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking