19.1 C
Bhubaneswar
Monday, February 2, 2026
Homeଓଡିଶାପିପିଲିରେ ଜବର ଦଖଲ ଉଛେଦ

ପିପିଲିରେ ଜବର ଦଖଲ ଉଛେଦ

ପିପିଲି: ପିପିଲି ଅଂଚଳରେ ଜୋରଦାର ଚାଲିଛି ଜବର ଦଖଲ ଉଛେଦ ପ୍ରକ୍ରିୟା।ବୁଲ ଡୋଜର ମାଡରେ ଧ୍ବଂସ ଵିଧ୍ଵଂସ ହେଉଛି ବସ୍ତି ଠାରୁ ଆରମ୍ଭ କରି ଦୋକାନ ଆଉ ବଜାର। ହେଲେ ଏହାରି ଭିତରେ ଦେଖିବାକୁ ମିଲିଛି ପ୍ରଶାସନ ର ଟାଳଟୁଳ ନୀତି। ଦୁର୍ବଳ ଗରିବ ଙ୍କ ପାଇଁ ଗୋଟିଏ ଆଇନ ହୋଇଥିବା ବେଳେ ପ୍ରଭାବ ଶାଳୀ ଙ୍କ ପାଇଁ ସବୁ ମାଫ ।ଏହିଭଳି ଘଟଣା ଦେଖିବାକୁ ମିଳିଛି ପିପିଲି ତହସିଲ ଅଧିନ ପୁବା ପଞ୍ଚାୟତ , ଉତ୍ତରା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ । ନଦୀବନ୍ଧ ଭଳି ସରକାରୀ ଜମି ଉପରେ ହୋଇଛି ବେଆଇନ ଜବର ଦଖଲ। ବର୍ଷ ବର୍ଷ ଧରି ଘର କରିବା ସହିତ ଚାଲିଛି ପାଚେରୀ ନିର୍ମାଣ କାର୍ଯ୍ୟ ।କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ SDO ଛଅ ଛଅ ଥର ତହସିଲଦାର ଙ୍କୁ ଚିଠି ଲେଖିଥିଲେ ସୁଦ୍ଧା କର୍ଯ୍ୟାନୁଷ୍ଟାନ ଶୂନ। ତେଣୁ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି SDO ବିଚିତ୍ରା ନନ୍ଦ ମାଝୀ।ପିପିଲି ରେ ଉନ୍ନୟନ କାର୍ଯ୍ୟ ପାଇଁ ନିଜକୁ ସବୁବେଳେ କାମିକିଆ କହୁଥିବା ତହସିଲଦାର ବାବୁ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏଠାରେ ଚୁପ କାହିଁକି?ପିପିଲି ରେ ସରକାରୀ ଜମି କୁ ଜବର ଦଖଲ କରିଥିବା ଅନେକ ପ୍ରଭାଵ ଶାଳୀ ବ୍ୟକ୍ତିଙ୍କ ପାଖରେ ବୁଲ ଡୋଜର ପହଁଚିବା ତ ଦୂରର କଥା ପ୍ରଶାସନିକ ଅଧିକାରୀ ଙ୍କ ଛାଇ ବି ମାଡ଼ି ପାରୁନି ସେମାନଙ୍କ ପାଖରେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନ ପ୍ରତିନିଧି। ଯଦି ନଦୀବନ୍ଧ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ଜମି କୁ ପ୍ରଭାବଶାଳୀ ଵ୍ୟକ୍ତି ମାନେ ମାଡ଼ି ବସିବେ….ଆଗକୁ ବନ୍ୟା ଆସିଲେ କିଏ ଉତ୍ତରଦାୟୀ ରହିବ ଏହାକୁ ନେଇ ଜନସାଧାରଣ ଙ୍କ ମନରେ ଉଠିଛି ବଡ ପ୍ରଶ୍ନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking