32.1 C
Bhubaneswar
Friday, February 27, 2026
Homeଓଡିଶାକ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଜବର ଦଖଲ ଉଛେଦ

କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଜବର ଦଖଲ ଉଛେଦ

ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଆଜି ସକାଳୁ ବଡ଼ ଧରଣର ଉଛେଦ ଅଭିଯାନ କରିଛି ବିଏମସି । BMC ପକ୍ଷରୁ ଡ୍ରେନ ଉପରେ ଅବରୋଧ କରି ଦଖଲ ରଖାଯାଇଥିବା ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଡ୍ରୋଜର ଚାଲିଛି । ଭଙ୍ଗାଯାଇଛି ଘର ଓ ଦୋକାନ । ମେୟର ଓ କମିଶନରଙ୍କ ଉପସ୍ଥିତିରେ ହୋଇଛି ସଫେଇ ଓ ଉଛେଦ । ବହୁଦିନ ଧରି ଜବରଦଖଲ କରି ରଖାଯାଇଥିବା ଅବୈଧ ଗଠନକୁ ହଟାଯାଇଛି । କ୍ୟାପିଟାଲ ହସ୍ପିଟାଲ ପଛ ପଟେ ଥିବା ରାସ୍ତାକୁ ମାଡ଼ିଥିବା ଗଛ କଟାଯିବା ସହ ଡ୍ରେନ ସଫା କରାଯାଇଛି ।  ଯାତାୟାତ ସୁବିଧା ବୃଦ୍ଧି ଲକ୍ଷ୍ୟରେ ଏହି ଅଭିଯାନ କରିଛି BMC ।  ପୂର୍ବରୁ ପଡି ରହିଥିବା ଆମ୍ବୁଲାନ୍ସକୁ ଅନ୍ୟତ୍ର ଉଠାଯାଇଛି । ତେବେ କୌଣସି ସୂଚନା ନଦେଇ ହଟାତ ଉଛେଦକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking