18.1 C
Bhubaneswar
Monday, December 15, 2025
Homeଦେଶ ବିଦେଶସିଆରପିଏଫ୍ ଯବାନ୍‌ଙ୍କ ଏନ୍‌କାଉଣ୍ଟର; ୧୧ କୁକି ବିଦ୍ରୋହୀ ନିହତ

ସିଆରପିଏଫ୍ ଯବାନ୍‌ଙ୍କ ଏନ୍‌କାଉଣ୍ଟର; ୧୧ କୁକି ବିଦ୍ରୋହୀ ନିହତ

ନୂଆଦିଲ୍ଲୀ: ମଣିପୁରର ଜିରିବାମ୍ ଜିଲ୍ଲାରେ ସୁରକ୍ଷାବାହିନୀ ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟର ପ୍ରକ୍ରିୟାରେ ୧୧ଜଣ କୁକି ବିଦ୍ରୋହୀ ମୃତ୍ୟୁବରଣ କରିଛନ୍ତି। ଆସାମ ସୀମାନ୍ତରେ ଥିବା ଏହି ଜିଲ୍ଲାର ସନ୍ଦିଗ୍ଧ କୁକି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନ୍ ଗୁରୁତର ଆହତ ହୋଇଥିବା ସମ୍ପର୍କୋର ସୂଚନା ମିଳିଛି। ରିପୋର୍ଟ ଅନୁସାରେ ସନ୍ଦିଗ୍ଧ କୁକି ବିଦ୍ରୋହୀମାନେ ସୋମବାର ସକାଳୁ ସଂଘବଦ୍ଧ ଭାବେ ଜିରିବାମ୍ ପୁଲିସ୍ ଷ୍ଟେସନକୁ ଦୁଇ ପାର୍ଶ୍ୱରୁ ଘେରିଯାଇଥିଲେ ଏବଂ ଅତର୍କିତ ଭାବେ ଗୁଳିମାଡ଼ ତଥା ବୋମାମାଡ଼ ପୂର୍ବକ ଆକ୍ରମଣ କରିଥିଲେ। ସେହିପରି କିଛି କୁକି ଉଗ୍ରବାଦୀମାନେ ପାହାଡ଼ ଉପରେ ରହି ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ପୁଲିସ୍ ଟିମ୍ କୁକି ବିଦ୍ରୋହୀଙ୍କ ମୁକାବିଲା କରିଥିଲେ ମଧ୍ୟରେ ସିଆରପିଏଫ୍‌ର ସହାୟତା ନେଇଥିଲେ। ଘଟଣାସ୍ଥଳରେ ସିଆରପିଏଫ୍ ଯବାନ୍‌ଙ୍କ ଟିମ୍ ପହଞ୍ôଚବା ପରେ ଏନ୍‌କାଉଣ୍ଟର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସିଆରପିଏଫ୍ ଯବାନ୍‌ଙ୍କ ଗୁଳିମାଡ଼ର ମୁକାବିଲା କରିନପାରି କିଛି କୁକି ବିଦ୍ରୋହୀ ଛତ୍ରଭଙ୍ଗ ଦେଇଥିôଲେ। କିନ୍ତୁ ସେତେବେଳକୁ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ ନିହତ ହୋଇସାରିଥିଲେ। ନିହତ କୁକି ବିଦ୍ରୋହୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି।
ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ଫୋର୍ସ ନିୟୋଜିତ କରାଯାଇଛି। ଏତଦ୍‌ବ୍ୟତୀତ ଏବେ ବି ସେଠାରେ ଆଉ କିଛି ଉଗ୍ରବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି। ପ୍ରକାଶ, ଦିନକ ପୂର୍ବେ ୬ ଆଦିବାସୀଙ୍କ ଘର, ଦୋକାନ ଆଦି ନିଆଁ ଲଗାଇ ପୋଡି ଦିଆଯାଇଥିଲା। ଏହାପୂର୍ବରୁ ଗୁରୁବାର ଦିନ ଜଣେ ଆଦିବାସୀ ଯୁବତୀଙ୍କୁ ମଧ୍ୟ ଗଣଦୁଷ୍କର୍ମ କରି ଜୀଅନ୍ତା ଜାଳିଦିଆଯାଇଥିଲା। ଘଟଣା ପଛରେ ମୈତେଇ ସମ୍ପ୍ରଦାୟର ଆତଙ୍କବାଦୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାର ଦିନକ ପରେ ମୈତେଇ ସମ୍ପ୍ରଦାୟର ଜଣେ ମହିଳାଙ୍କୁ କୁକି ବିଦ୍ରୋହୀମାନେ ଗୁଳି କରି ହତ୍ୟା କରିଥିଲେ। ମହିଳା ଜଣକ ବିଷ୍ଣୁପୁର ଜିଲ୍ଲାରେ ଥିବା ତାଙ୍କ ଜମିରେ କାମ କରୁଥିଲେ। ଏସବୁ ଘଟଣାକୁ ନେଇ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ କୁକି ଗୋଷ୍ଠୀ ମାତ୍ରାଧିକ ହିଂସାତ୍ମକ ତଥା ପ୍ରତିଶୋଧ ପରାୟଣ ହୋଇପଡିଛନ୍ତି। ଏହି ଦୁଇ ଘଟଣାକୁ ନେଇ ମଣିପୁର ପୁଣି ଅଶାନ୍ତ ହୋଇଥିବା ବେଳେ ଏବେ ୧୧ କୁକି ଉଗ୍ରବାଦୀଙ୍କ ନିହତ ଖବର ସାମ୍ନାକୁ ଆସିଛି। ଅନ୍ୟପକ୍ଷେ ତେବେ ଜିରିବାମ ପୁଲିସ୍ ଷ୍ଟେସନ ନିକଟରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ରିଲିଫ୍ କ୍ୟାମ୍ପ ରହିଥିବାରୁ ଆକ୍ରମଣକାରୀମାନେ ଏହି କ୍ୟାମ୍ପ୍‌କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଆସିଥିବା ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking