ଝାରସୁଗୁଡ଼ା: ଝାରସୁଗୁଡ଼ାରେ ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର । କୋର୍ଟ ଚାଲାଣ ବେଳେ ଏନ୍କାଉଣ୍ଟର ହୋଇଛି । ଦୁଇ ଅଭିଯୁକ୍ତ ପୋଲିସ୍ଠାରୁ ବନ୍ଧୁକ ଛଡାଇ ଫେରାର ହେବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ପୋଲିସ୍ ଗୁଳିମାଡ଼ କରିଥିଲା । ଗୁରୁତର ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ଶେଖ୍ ଆଶିଷ, ଅଭିଶେଖ ବାରିକ ।