ନୂଆଦିଲ୍ଲୀ: ଛତିଶଗଡ ଏବଂ ମହାରାଷ୍ଟ୍ର ପରେ ଝାଡଖଣ୍ଡରେ ଏନକାଉଣ୍ଟର ହୋଇଛି । ଝାଡଖଣ୍ଡରେ ଦୁଇ ହାର୍ଡକୋର ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ଲାତେହରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଦୁଇ ମାଓବାଦୀ । ଦୁଇ ମାଓବାଦୀ ନାଁରେ ଥିଲା ୧୫ ଲକ୍ଷ ଟଙ୍କାର ପୁରସ୍କାର । ଆହତ ଅବସ୍ଥାରେ କାବୁ ହୋଇଛନ୍ତି ଜଣେ ମାଓବାଦୀ । ଗୋଟିଏ ରାଇଫଲ ଜବତ କରାଯାଇଛି । ତେବେ ଏହି ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।