23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶବାନ୍ଦିପୋରାରେ ଏନକାଉଣ୍ଟର: ଟପ ଲସ୍କର କମାଣ୍ଡର ଅଲତାଫ ଲାଲି ନିପାତ

ବାନ୍ଦିପୋରାରେ ଏନକାଉଣ୍ଟର: ଟପ ଲସ୍କର କମାଣ୍ଡର ଅଲତାଫ ଲାଲି ନିପାତ

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ବାହିନୀ ବାହିନୀ ପାଇଁ ଏକ ବଡ଼ ସଫଳତା ମିଳିଛି । ଶୁକ୍ରବାର ସକାଳେ ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଏକ ଏନକାଉଣ୍ଟର ସମୟରେ ଲସ୍କର-ଏ-ତୈବା ର ଶୀର୍ଷ କମାଣ୍ଡର ଅଲତାଫ ଲାଲି ନିହତ ହୋଇଛନ୍ତି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସର ଏକ ମିଳିତ ଦଳ ସେହି ଅଞ୍ଚଳରେ ଘେରାବନ୍ଦୀ ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିବା ସମୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ସନ୍ଦିଗ୍ଧ ସ୍ଥାନ ଉପରେ ସେନା ଘେରାବନ୍ଦୀ କରିବା ସମୟରେ ସେମାନଙ୍କ ଉପରେ ପ୍ରବଳ ଗୁଳି ବିନିମୟ ହୋଇଥିଲା।ଯାହାର ଜବାବରେ ସେନା ପକ୍ଷରୁ ମଧ୍ୟ ଜବାବ ଦିଆଯାଇଥିଲା।

ଲ ଶ୍ରେଣୀର ସ୍ଥାନୀୟ ନେଟୱାର୍କର ଜଣେ ପ୍ରମୁଖ ଚେହେରା ଅଲତାଫ୍ ଲାଲି ସୁରକ୍ଷା କର୍ମୀ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଅନେକ ଆକ୍ରମଣରେ ଜଡିତ ଥିଲା। ଅଧିକାରୀମାନେ କହିଛନ୍ତି ଯେ ବାନ୍ଦିପୋରାରେ ତାଙ୍କର ଉପସ୍ଥିତିକୁ କିଛି ସପ୍ତାହ ଧରି ଟ୍ରାକ୍ କରାଯାଉଥିଲା। ଏହି ଅପରେସନକୁ ଏହି ଅଞ୍ଚଳରେ ଲସ୍କର ନେଟୱାର୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଘାତ ଭାବରେ ଦେଖାଯାଉଛି, ବିଶେଷକରି ପହଲଗାମରେ ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଯାହା ଅନେକ ଲୋକଙ୍କ ଜୀବନ ନେଇଛି। ଏହା ପରେ ସେନା ସମଗ୍ର ଉପତ୍ୟକାରେ ଆତଙ୍କବାଦ ବିରୋଧୀ ଅପରେସନକୁ ଆହୁରି ତୀବ୍ର କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking