15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶବାନ୍ଦିପୋରାରେ ଏନ୍‌କାଉଣ୍ଟର: ଲସ୍କର କମାଣ୍ଡର ଅଲତାଫ ଲାଲି ସଫା

ବାନ୍ଦିପୋରାରେ ଏନ୍‌କାଉଣ୍ଟର: ଲସ୍କର କମାଣ୍ଡର ଅଲତାଫ ଲାଲି ସଫା

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାନ୍ଦିପୋରା ଅଞ୍ଚଳରେ ସୁରକ୍ଷା ଯବାନ୍‌ଙ୍କ ଗୁଳିରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର ଅନ୍ୟତମ ଶୀର୍ଷ କମାଣ୍ଡର ଅଲତାଫ୍ ଲାଲି ନିହତ ହୋଇଛି। ଏଠାରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ସେନା ଓ ଜମ୍ମୁ କାଶ୍ମୀର ପୁଲିସ୍ ଟିମ୍ ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ୍ ସମୟରେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। ଜବାବରେ ସୁରକ୍ଷା ଯବାନ୍‌ମାନେ ମଧ୍ୟ ଗୁଳିମାଡ଼ କରିଥିଲେ ଯେଉଁଥିରେ ଲାଲି ମୃତ୍ୟୁବରଣ କରିଛି। ଏହି ଏନ୍‌କାଉଣ୍ଟର ଘଟଣାରେ ଦୁଇ ପୁଲିସ କର୍ମଚାରୀ (ଉଭୟେ ଜଣେ ବରିଷ୍ଠ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଦଳର ସଦସ୍ୟ) ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏହି ସର୍ଚ୍ଚ ଅପରେସନ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଥିବା ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା ପାଇଁ ଚାଲୁ ରହିଥିବା ପ୍ରୟାସର ଏକ ଅଂଶ ବିଶେଷ ବୋଲି କୁହାଯାଉଛି। ତେବେ କେବଳ ବାନ୍ଦିପୋରା ନୁହେଁ ବରଂ କାଠୁଆ ପ୍ରାନ୍ତରେ ମଧ୍ୟ ୪ ସନ୍ଦିଗ୍ଧଙ୍କ ଉପସ୍ଥିତି ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଏଠାରେ ମଧ୍ୟ ସୁରକ୍ଷା ଯବାନ୍ ସର୍ଚ୍ଚ ଅପରେସନ୍‌କୁ ବ୍ୟାପକ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking