22.1 C
Bhubaneswar
Tuesday, March 25, 2025
Homeଓଡିଶାଏନକାଉଣ୍ଟର: ୩୦ ନକ୍ସଲ ନିପାତ

ଏନକାଉଣ୍ଟର: ୩୦ ନକ୍ସଲ ନିପାତ

ମାଲକାନଗିରି: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୦ଜଣ ମାଓବାଦୀ ନିପାତ ହୋଇଛନ୍ତି । ବିଜାପୁରରେ ଓ କାଙ୍କେରରେ ୩୦ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଅପରେସନ ବେଳେ ଡିଆରଜିର ଜଣେ ଯବାନ ଅବଶ୍ୟ ସହିଦ ହୋଇଛନ୍ତି। ଯେଉଁଠି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ସେହି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।  ସୂଚନା ମୁତାବକ ଗୁରୁବାର ସକାଳେ ସୁରକ୍ଷାକର୍ମୀଙ୍କ ୨ଟି  ଟିମ୍ ବିଜାପୁର ଓ ଦାନ୍ତେୱାଡା ନିକଟ ଗଙ୍ଗାଲୁର ଥାନା ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ। ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ମାଓବାଦୀମାନେ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ ।

ସୂଚନା ଅନୂସାରେ, ଛତିଶଗଡ ବିଜାପୁର ଓ କାଙ୍କେରରେ ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟରରେ ୨୨ ଜଣ ମାଓବାଦୀ ନିପାତ ହୋଇଛନ୍ତି । ବିଜାପୁରରେ ୧୮ ଜଣ ନକ୍ସଲ ନିପାତ ହୋଇଥିବା ବେଳେ କାଙ୍କେରରେ ୪ ନକ୍ସଲ ନିପାତ ହୋଇଛନ୍ତି । ଗାଙ୍ଗାଲୁର ଥାନା ଏଣ୍ଡ୍ରି ଜଙ୍ଗଲରେ ପୁଲିସ – ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏସଟିଏଫ , ଡିଆରଜି ଓ କୋବ୍ରା ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଛି । ଡିଆରଜିର ଜଣେ ଯବାନ ସହିଦ ହୋଇଥଇବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking