କଟକ: ଏସସିବିରେ ଚାକିରୀ ଦେବାକୁ କହି ଠକେଇ ଘଟଣା ଅଭିଯୋଗ ହୋଇଛି । ଏସସିବିରେ କାର୍ଯ୍ୟରତ ଠିକ ସଂସ୍ଥାର ଆଉ ୨ କର୍ମଚାରୀ ଗିରଫ ହୋଇଛନ୍ତି । ତେବେ ସୂଚନା ଅନୁଯାଇ , ପୂର୍ବରୁ ଆଉ ୨ କର୍ମଚାରୀଙ୍କୁ ଗିରଫ କରିଥିଲା ମଙ୍ଗଳାବାଗ ପୋଲିସ । ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଦିନକୁ ଦିନକୁ ଏଭଳି ଠକେଇ ମାମଲା ବଢିବାକୁ ଲାଗିଥିବା ବେଳେ, ଆଇନ କାନୁନ ସତ୍ୱେ ମଧ୍ୟ ଡର ଭୟ ରଖୁନାହାନ୍ତି । ପୁଣି ଏଭଳି ଠକେଇ ମାମଲା କଟକ ଏସସିବି ମେଡିକାଲ ରୁ ଦେଖିବାକୁ ମିଳିଥିଲା । ତେବେ ୨ ଜଣ କର୍ମଚାରୀ ଗିରଫ ହୋଇଥିବା ବେଳେ , ଆଜି ପୁଣି ଆଉ ୨ ଜଣ କର୍ମଚାରୀ ଗିରଫ ହୋଇଥିବା ନେଇ ଖବର ରହିଛି ।