25.1 C
Bhubaneswar
Monday, March 23, 2026
Homeଓଡିଶାସୁକିନ୍ଦା ବ୍ଲକ ରେ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ ଶିବିର

ସୁକିନ୍ଦା ବ୍ଲକ ରେ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ ଶିବିର

ଯାଜପୁର :ଯାଜପୁର ଜିଲ୍ଲା ର ସୁକିନ୍ଦା ବ୍ଲକ ପରିସର ରେ ଏକ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ୍ ପାଇଁ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ର ଆୟୋଜନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ କୁ ବ୍ଲକ ର ଅଧକ୍ଷ ଶ୍ରୀ ଦିବ୍ୟରଞ୍ଜନ ବରାଳ ଏବଂ ଉପାଧକ୍ଷ ଭାଗ୍ୟଲକ୍ଷ୍ମୀ ରାଉତ ପ୍ରଦ୍ଵୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୁଲ୍ୟ ରେ ଜିଲ୍ଲା ପ୍ରଶାସନ, ଯାଜପୁର ଙ୍କ ଦ୍ଵାରା ଏହି ପରାମର୍ଶ ଶିବିର ଆୟୋଜିତ ହୋଇଥିଲା। ଜିଲ୍ଲାର ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଯେଉଁମାନଙ୍କ ବୟସ ୧୮ ବର୍ଷ ରୁ ୩୫ ବର୍ଷ ମଧ୍ୟରେ ଏବଂ ଶିକ୍ଷାଗତ ଯୋଗ୍ୟତା ୫ମ ଶ୍ରେଣୀ ପାସଠାରୁ ସ୍ନାତକ ପାସ୍ ମଧ୍ୟରେ ଏବଂ ଆଇଟିଆଇ ଓ ଡିପ୍ଲୋମା ପାସ୍ ପାର୍ଥି ଓ ପାର୍ଥିନୀ ମାନେ ଏଥିରେ ଯୋଗଦାନ ଅଂଶ ଗ୍ରହଣ କରିଥିଲେ। ଏତଦ୍ ବ୍ୟତୀତ ସ୍କୁଲ ଓ କଲେଜ ପାଠ୍ୟକ୍ରମ ମଝିରେ ଛାଡିଥିବା ନିଯୁକ୍ତି ଆଶାୟୀ ବେକାର ଯୁବକ ଯୁବତୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଅଗ୍ରଣୀ ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥା ଯେଉଁ ମାନେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହିତ ଅନୁବନ୍ଧିତ ଅଥବା ନୂଆ ଓଡ଼ିଶା ଯୋଜନା ମାଧ୍ୟମ ରେ ଅଧିକୃତ ସେମାନେ ଚାହିଦା ଥିବା ବିଭିନ୍ନ ସେକ୍ଟର ଗୁଡିକରେ ସ୍ୱଳ୍ପ ଅବଧି ର ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ୍ ପ୍ରଦାନ କରିବେ। ଏହି ଶିବିରରେ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ସମେତ ୧୬ ଜଣ ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥା ଓ ଷ୍ଟେଟ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ୍ ଅନୁଷ୍ଠାନ ଅଂଶ ଗ୍ରହଣ କରିଥିବା ସମୁଦାୟ ୨୧୬ ଜଣ ପାର୍ଥି ଓ ପାର୍ଥିନୀ ମାନଙ୍କ ମଧ୍ୟ ରୁ ୧୯୬ ଜଣ ଯୋଗ୍ୟ ପାର୍ଥି ଓ ପାର୍ଥିନୀ ଙ୍କୁ ବିଭିନ୍ନ ବିଭାଗ ରେ ସ୍ୱଳ୍ପ ଅବଧି ଏବଂ ଦୀର୍ଘ ଅବଧି ର ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଁ ଚୟନ କରିଥିଲେ। ଏହି ଶିବିର ରେ ପାର୍ଥି ଓ ପାର୍ଥିନୀ ମାନଙ୍କୁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ବହୁମୁଖି ବୈଷୟିକ ଶିକ୍ଷା ଅନୁଷ୍ଠାନ ତଥା ବିଶ୍ଵ ଦକ୍ଷତା କେନ୍ଦ୍ର ରେ ଉପଲବ୍ଧ ଥିବା ବିଭିନ୍ନ ଡିପ୍ଲୋମା ପାଠ୍ୟକ୍ରମ ରେ ଆଡ୍ମିଶନ ପାଇଁ ପରାମର୍ଶ ଦିଆଯାଇଥିଲା। ଏହି ଶିବିରକୁ ପ୍ରଭାତ କୁମାର ବସ୍ତୀ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ଯାଜପୁର, ରାକେଶ କୁମାର ନାୟକ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋ ପରିଚାଳନା କରୁଥିବା ବେଳେ ଶ୍ରୀ ବିମଳ କୁମାର ରାୟଗୁରୁ ବିପିଏମ୍ ସୁକିନ୍ଦା ବ୍ଲକ, ତଥା ବ୍ଲକ ର ଅନ୍ୟ କର୍ମଚାରୀ ମାନେ ଆୟୋଜନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking