25.1 C
Bhubaneswar
Saturday, February 14, 2026
Homeଓଡିଶାବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପରଲୋକ

ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପରଲୋକ ହୋଇଛି । ୮୧ ବର୍ଷ ବୟସରେ ଆଖି ବୁଜିଲେ ରାଜେନ୍ଦ୍ର କିଶୋର । ୧୯୮୫ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । କବିତା ଶୈଳକଳ୍ପ ପାଇଁ ପାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ।୧୯୪୪ ଜୁନ୍ ୨୪ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ବତଲଗା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ।  ୧୯୪୭ରେ ଶ୍ରୀ ପଣ୍ଡାଙ୍କର ପ୍ରଥମ କବିତା ସଂଗ୍ରହ ‘ଗୌଣ ଦେବତା’ ପ୍ରକାଶିତ ହୋଇଥିଲା। ତାଙ୍କର ଷୋହଳଟି କବିତା ସଂକଳନ ପ୍ରକାଶ ପାଇଛି। ସେ ଦୁଇଟି ଉପନ୍ୟାସର ବି ରଚୟିତା। ରାଜେନ୍ଦ୍ର କିଶୋର ପଣ୍ଡା ୧୯୬୭ରୁ ୨୦୦୪ ଯାଏ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking