ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି, ଫିଲାନ୍ଥ୍ରୋପିଷ୍ଟ ତଥା ଟାଟା ସନ୍ସର ସମ୍ମାନିତ ଚେୟାରମ୍ୟାନ୍ ରତନ ଟାଟାଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ତଥା ଅସୁସ୍ଥତା ମଧ୍ୟରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ନିକଟରେ ସେ ନିଜ ଶୁଭେଚ୍ଛୁୁଙ୍କୁ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ମୁମ୍ବାଇର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । କିମ୍ବଦନ୍ତୀ ଉଦ୍ୟୋଗପତି ପଦ୍ମଭୂଷଣ ରତନ ଟାଟାଙ୍କ ପରଲୋକ ଘଟିଛି । ଟାଟା ଟ୍ରଷ୍ଟ ଚ୍ରୋରମ୍ୟାନ୍ ତଥା ଟାଟଶ ସନ୍ସର ଚେୟାରମ୍ୟାନ୍ ଏମେରିଟସ୍ ରତନ ଟାଟା । ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ରତନ ଟାଟା ।
Mahindra Group Chairman Anand Mahindra tweets, “I am unable to accept the absence of Ratan Tata. India’s economy stands on the cusp of a historic leap forward. And Ratan’s life and work have had much to do with our being in this position. Hence, his mentorship and guidance at… pic.twitter.com/1NcnQ7sIKx
— ANI (@ANI) October 9, 2024
ସେ କହିଥିଲେ ସେ ଏବେ କେବଳ ରୁଟିନ୍ ଚେକ୍ପଅପ୍ କରାଇବା ପାଇଁ ହସ୍ପିଟାଲ ଆସିଛନ୍ତି । ତେବେ ଆଜି ତାଙ୍କର ପରଲୋକଗତ ସମ୍ବାଦ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ରତନ୍ ଟାଟାଙ୍କ ଭଳି ଜଣେ ବର୍ଷିଆନ୍ ବ୍ୟକ୍ତିତ୍ୱଙ୍କ ନିଧନରେ ସମଗ୍ର ଦେଶ ଶୋକାବିଭୂତ ହୋଇପଡିଛି । ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସେମାନଙ୍କର ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ରତନ ଟାଟା, ଯେତିକି ସଫଳ ଶିଳ୍ପପତି ଥିଲେ, ସେ ମଧ୍ୟ ଜଣେ ମହାନ ଚାଣକ୍ୟ ଥିଲେ । ସେ ଅନେକ ସମୟରେ ଗରିବ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଥିଲେ । ମାନବ କଲ୍ୟାଣ ଦିଗରେ ସେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ।
Prime Minister Narendra Modi tweets, “Shri Ratan Tata Ji was a visionary business leader, a compassionate soul and an extraordinary human being. He provided stable leadership to one of India’s oldest and most prestigious business houses. At the same time, his contribution went… pic.twitter.com/Exbj1GMEPM
— ANI (@ANI) October 9, 2024










