31.1 C
Bhubaneswar
Monday, March 30, 2026
Homeଖେଳଏମର୍ଜିଂ ଟି-୨୦ ଏସିଆ କପ୍‌; ତିଳକ ବର୍ମା ଭାରତ-ଏ’ କ୍ୟାପ୍‌ଟେନ୍‌

ଏମର୍ଜିଂ ଟି-୨୦ ଏସିଆ କପ୍‌; ତିଳକ ବର୍ମା ଭାରତ-ଏ’ କ୍ୟାପ୍‌ଟେନ୍‌

ମୁମ୍ବାଇ:  ଓମାନ୍‌ରେ ଅକ୍ଟୋବର ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟି-୨୦ ଏମର୍ଜିଂ ଟିମ୍ ଏସିଆ କପ୍ ପାଇଁ ବିସିସିଆଇ ଭାରତୀୟ ଟିମ୍ ଘୋଷଣା କରିଛି । ୨୧ ବର୍ଷୀୟ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର୍ ତିଳକ ବର୍ମାଙ୍କୁ ଟିମ୍‌ର କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଥିବା ବେଳେ ଅଭିଷେକ ଶର୍ମାଙ୍କୁ ତାଙ୍କ ଡେପୁଟୀ କରାଯାଇଛି । ଟିମ୍‌ରେ ଲେଗ୍ ସ୍ପିନର୍ ରାହୁଲ ଚହର ମଧ୍ୟ ରହିଛନ୍ତି । ଭାରତ-ଏ ଟିମ୍‌ରେ ଆଇପିଏଲ୍‌ର ଅନେକ ଷ୍ଟାର୍ ଖେଳାଳି ପଞ୍ଜାବ କିଙ୍ଗ୍‌ସର ପ୍ରଭସିମ୍‌ରାନ୍ ସିଂହ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅନୁଜ ରାୱତ, ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସର ଆୟୁଏ ବଡୋନୀ ଏବଂ କୋଲ୍‌କାତା ନାଇଟ୍ ରାଇଡର୍ସର ରମଣଦୀପ ସିଂହ ସାମିଲ ଅଛନ୍ତି ।

ବୋଲିଂରେ ବୈଭବ ଆରୋରା (କେକେଆର୍‌), ଆର୍ ସାଇ କିଶୋର (ଗୁଜରାଟ ଟାଇଟନ୍ସ), ହ୍ରିତିକ୍ ସୌକିନ୍ (ମୁମ୍ବାଇ ଇଣ୍ଡିଆନ୍ସ) ଏବଂ ରସିଖ୍ ସଲାମ (ଦିଲ୍ଲୀ କ୍ୟାପିଟାଲ୍ସ) ଦେଖିବାକୁ ମିଳିବେ । ଭାରତ-ଏ’ ଟିମ୍ ଗ୍ରୁପ୍‌-ବି’ରେ ଆୟୋଜକ ଓମାନ୍‌, ୟୁଏଇ ଏବଂ ପାକିସ୍ତାନ ସହିତ ସ୍ଥାନ ପାଇଛି । ଟିମ୍ ନିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୧୯ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଗ୍ରୁପ୍‌-ଏ’ରେ ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ହଂକଂ ଟିମ୍ ରହିଛନ୍ତି । ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ୍ ଟି-୨୦ ଫର୍ମାଟ୍‌ରେ ଖେଳାଯିବ । ପୂର୍ବରୁ ଏହା ୫୦ ଓଭର୍ ବିଶିଷ୍ଟ ଥିଲା ।

ଭାରତ-ଏ’ ଟିମ୍‌: ତିଳକ ବର୍ମା (କ୍ୟାପ୍‌ଟେନ୍‌), ଅଭିଷେକ ଶର୍ମା (ଭାଇସ୍ କ୍ୟାପ୍‌ଟେନ୍‌), ପ୍ରଭସିମ୍‌ରନ୍ ସିଂହ (ୱିକେଟ୍‌କିପର୍‌), ନିଶାନ୍ତ ସିନ୍ଧୁ, ରମଣଦୀପ୍ ସିଂହ, ନେହାଲ୍ ୱାଧେରା, ଆୟୁଷ ବଡୋନୀ, ଅନୁଜ ରାୱତ (ୱିକେଟ୍‌କିପର୍‌), ସାଇ କିଶୋର, ହ୍ରିତିକ୍ ସୌକିନ୍‌, ରାହୁଲ ଚହର, ବୈଭବ ଆରୋରା, ଅଶୁଂଲ କମ୍ପୋଜ୍‌, ଆକିବ୍ ଖାନ୍‌, ରସିକ୍ ସଲାମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking