19.1 C
Bhubaneswar
Sunday, January 12, 2025
Homeଦେଶ ବିଦେଶଲଜ୍ଜାଜନକ ଘଟଣା: ୮୦ ଛାତ୍ରୀଙ୍କ ସାର୍ଟ ଖୋଲିଦେଲେ ସ୍କୁଲର ଅଧ୍ୟକ୍ଷା

ଲଜ୍ଜାଜନକ ଘଟଣା: ୮୦ ଛାତ୍ରୀଙ୍କ ସାର୍ଟ ଖୋଲିଦେଲେ ସ୍କୁଲର ଅଧ୍ୟକ୍ଷା

ରାଞ୍ଚି: ଝାଡଖଣ୍ଡର ଧାନବାଦ ଜିଲ୍ଲା ଜୋଡାପୋଖର ଥାନା ଅନ୍ତର୍ଗତ ଡିଗବାଡିହ ଠାରେ ଥିବା ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ୮୦ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ସାର୍ଟ ଖୋଲିଦେବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଛାତ୍ରୀମାନେ ବିନା ସାର୍ଟରେ କେବଳ ବ୍ଲେଜର ପିନ୍ଧି ଘରେ ପହଞ୍ଚି ଅଭିଭାବକଙ୍କୁ ଜଣାଇବା ପରେ ସେମାନେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଶୁକ୍ରବାର ଥିଲା ପରୀକ୍ଷାର ଶେଷ ଦିନ । ପରୀକ୍ଷା ସରିବା ପରେ ଛାତ୍ରୀମାନେ ପରସ୍ପର ସାର୍ଟରେ ଶୁଭେଚ୍ଛା ବାର୍ତ୍ତା ଲେଖି ‘ପେନ୍ ଡେ’ ମନାଇଥିଲେ । ଏହାକୁ ଦେଖିବା ପରେ ସ୍କୁଲର ଅଧ୍ୟକ୍ଷା ଏମ୍ ଦେବଶ୍ରୀ ଉତ୍‌କ୍ଷିପ୍ତ ହେବା ସହ ପ୍ରଥମେ ସବୁ ଛାତ୍ରୀଙ୍କୁ ଗାଳି କରିଥିଲେ ।

ପରେ ସେମାନଙ୍କୁ ନିଜ ନିଜର ସାର୍ଟ ଖୋଲିଦେବାକୁ ଆଦେଶ ଦେଇଥିଲେ । ଏପରିକି ଛାତ୍ରୀମାନେ ଏଥିପାଇଁ ଭୁଲ ମାଗିଥିଲେ ମଧ୍ୟ ଅଧ୍ୟକ୍ଷ କିଛି ଶୁଣି ନଥିଲେ । ସେମାନଙ୍କୁ ବିନା ସାର୍ଟରେ ଘରକୁ ପଠାଇ ଦିଆଯାଇଥିଲା । ଧାନବାଦ ଡିସିପି ମାଧବୀ ମିଶ୍ର କହିଛନ୍ତି ସେ ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି । ଘଟଣାର ତଦନ୍ତ କରାଯିବ । ଏଥିଲାଗି ଏସ୍‌ଡିଏମ୍‌, ଏସ୍‌ଡିପିଓ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । କମିଟି ତଦନ୍ତ କରି ତାର ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଧାୟକ ରାଗିଣୀ ସିଂହ ମଧ୍ୟ ଏହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଅଭିଭାବକମାନେ ମଧ୍ୟ ଏହାକୁ ତାଲିବାନୀ ଶାସନ ବ୍ୟବସ୍ଥା ବୋଲି ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking