28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶପୁଣି ବିବାଦୀୟ ବୟାନ୍‌ବାଜି କରି ଚର୍ଚ୍ଚାରେ ଏଲନ୍ ମସ୍କ

ପୁଣି ବିବାଦୀୟ ବୟାନ୍‌ବାଜି କରି ଚର୍ଚ୍ଚାରେ ଏଲନ୍ ମସ୍କ

ୱାଶିଟନ: ସ୍ପେଶ ଏକ୍ସ ତଥା ଟେସଲା ସିଇଓ ଏଲନ ମସ୍କ ସର୍ବଦା ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ଏବେ ପୁଣି ଥରେ ସେ ନିଜର ଏହି ଗୁଣ ପାଇଁ ବିବାଦ ଘେରକୁ ଚାଲି ଆସିଛନ୍ତି। ଏଥର ସେ ଭାରତର ନିର୍ବାଚନ ବ୍ୟବସ୍ଥା ସହ କାଲିଫର୍ଣ୍ଣିଆ ନିର୍ବାଚନୀ ବ୍ୟବସ୍ଥା ଉପରେ ଟିପ୍ପଣୀ ଦେଇଛନ୍ତି। ନିଜ ଟିପ୍ପଣୀରେ ଏଲନ୍ ମସ୍କ, ଭାରତୀୟ ନିର୍ବାଚନୀ ବ୍ୟବସ୍ଥାକୁ ଭୂସୟୀ ପ୍ରଶଂସା କରିଥିବା ବେଳେ କାଲିଫର୍ଣ୍ଣିଆରେ ପ୍ରଚଳିତ ନିର୍ବାଚନୀ ବ୍ୟବସ୍ଥାକୁ ସିଧାସଳଖ କଟାକ୍ଷ ତଥା ସମାଲୋଚନା କରିଛନ୍ତି। ଏଲନ୍ ମସ୍କ କହିଛନ୍ତି ଯେ, ଭାରତ ଭଳି ବିଶ୍ୱର ଅନ୍ୟତମ ଜନସଂଖ୍ୟା ବହୁଳ ରାଷ୍ଟ୍ର ଗୋଟିଏ ଦିନରେ ଅର୍ଥା୍ ମାତ୍ର ୨୪ ଘଣ୍ଟାରେ ୬୪୦ ନିୟୁତ ଅର୍ଥାତ ୬୪ କୋଟି ଭୋଟ ଗଣତି କରିଦେଲା।

କିନ୍ତୁ ଆମେରିକାର ଏକ ରାଜ୍ୟ କାଲିଫର୍ଣ୍ଣିଆରେ ଏବେ ବି ଭୋଟ୍ ଗଣତି ଜାରି ରହିଛି। କାଲିଫର୍ଣ୍ଣିଆ ଭଳି ଏକ ରାଜ୍ୟ ଯେଉଁଠାରେ ମାତ୍ର ୧୫ ନିୟୁତ ଅର୍ଥାତ୍ ୧୫ କୋଟି ଭୋଟର ରହିଛନ୍ତି ସେଠାରେ ଗତ ୧୮ ଦିନ ଧରି ଭୋଟ୍ ଗଣତି ଜାରି ରହିଛି। ସାମାଜିକ ଗଣମାଧ୍ୟମ ଏକ୍ସ’ର ମାଲିକ ମସ୍କ ନିଜର ଏହି ମନ୍ତବ୍ୟ ନିଜ ସାମାଜିକ ଗଣମାଧ୍ୟମ ସାଇଟ୍‌ରେ ହିଁ ପୋଷ୍ଟ କରିଛନ୍ତି। ବାସ୍ତବରେ ଏକ୍ସ’ରେ ଜଣେ ବ୍ୟବହାରକାରୀ ଲେଖିଥିଲେ, ଭାରତ ଗୋଟିଏ ଦିନରେ ୬୪ କୋଟି ଭୋଟ୍ ଗଣିଦେଲା, କିନ୍ତୁ କାଲିଫର୍ଣ୍ଣିଆ ଦେଢ଼ କୋଟି ଭୋଟକୁ ଏବେ ବି ଗଣୁଛି। ମତଦାନର ୧୮ ଦିନ ବିତିଗଲାଣି, କିନ୍ତୁ ଭୋଟ୍ ଗଣତି ସରୁନାହିଁ। ଏଲନ ମସ୍କ ଏହି ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ରଖି ଏପରି କହିଛନ୍ତି। ସୂଚନାଯୋଗ୍ୟ, ଗତ ନଭେମ୍ବର ୫ ଏବଂ ୬ ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ୍‌ଗ୍ରହଣ ହୋଇଥିଲା। ଏହା ପରଠାରୁ ସେଠାରେ ଭୋଟ୍ ଗଣତି ଚାଲିଛି। ଆମେରିକାର ଅନ୍ୟ ରାଜ୍ୟଗୁଡ଼ିକରେ ଭୋଟ ଗଣତି ଶେଷ ହୋଇଯାଇଛି। ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇସାରିଛନ୍ତି। କିନ୍ତୁ କାଲିଫର୍ଣ୍ଣିଆରେ ଭୋଟ୍ ଗଣତି ସରିନାହିଁ।

ତେବେ ଭାରତ ଏବଂ ଆମେରିକାରେ ନିର୍ବାଚନରେ ବଡ଼ ଅନ୍ତର ଏହା ଯେ, ଆମେରିକାରେ ଏବେ ବି ବାଲଟ ପେପରରେ ମତଦାନ ହେଉଛି। ମାତ୍ର ଭାରତରେ ଅନେକ ବର୍ଷ ପୂର୍ବରୁ ମତଦାନ ପାଇଁ ଇଭିଏମ୍ ବ୍ୟବହାର କରାଯାଉଛି। ତେବେ ଏଲନ୍ ମସ୍କଙ୍କ ଏପ୍ରକାର ତୀବ୍ର ପ୍ରତିକ୍ରିୟା ମାଧ୍ୟମରେ ଭାରତର ଦ୍ରୁତ ନିର୍ବାଚନ ଫଳାଫଳ ଏବଂ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ କାଲିଫର୍ଣ୍ଣିଆର ମନ୍ଥର ଭୋଟ୍ ଗଣତି ପ୍ରକ୍ରିୟା ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଷୟିକ ଉନ୍ନତି ସତ୍ତ୍ୱେ କାଲିଫର୍ଣ୍ଣିଆର ଭୋଟ୍ ଗଣତି ପ୍ରକ୍ରିୟା ନିଜର ଅପାରଗତା ପାଇଁ ବାରମ୍ବାର ସମାଲୋଚନାର ସମ୍ମୁଖୀନ ହେଉଛି। ପ୍ରକାଶ, ମେଲ-ଇନ୍ ଭୋଟିଂ ଉପରେ ରାଜ୍ୟ ସରକାରଙ୍କ ନିର୍ଭରଶୀଳତା ଯୋଗୁଁ ଏହି ବିଳମ୍ବ ହେଉଛି। ବ୍ୟକ୍ତିଗତ ମତଦାନ, ଯେଉଁଥିରେ ବାଲାଟକୁ ତୁରନ୍ତ ସ୍କାନ୍ କରି ଗଣନା କରିବାକୁ ଅନୁମତି ଦିଆଯାଏ, ମେଲ୍‌-ଇନ୍ ଭୋଟ୍ ପାଇଁ ବ୍ୟକ୍ତିଗତ ବୈଧତା ଆବଶ୍ୟକ ହୁଏ, ଯାହା ସମୟ ସାପେକ୍ଷ ପ୍ରକ୍ରିୟାକୁ ବଢ଼ାଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking