18.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଜୀତନ୍ ରାମ୍‌ଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା

ଜୀତନ୍ ରାମ୍‌ଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା

ଗୟା: କେନ୍ଦ୍ରମନ୍ତ୍ରୀ ଜୀତନ୍ ରାମ୍ ମାଞ୍ଝିଙ୍କ ନାତୁଣୀ ସୁଷମା ଦେବୀଙ୍କୁ ତାଙ୍କ ସ୍ୱାମୀ ରମେଶ ଗୁଳିକରି ହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁୂସାରେ ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ କି ମୃତ ସୁଷମା ଦେବୀ, ତାଙ୍କ ପିଲାମାନେ ଏବଂ ଭଉଣୀ ପୁନମ୍ କୁମାରୀ ପ୍ରମୁଖ ଗୟା ଜିଲ୍ଲା ଅଟ୍ରି ବ୍ଲକ୍ ଅନ୍ତର୍ଗତ ତେତୁଆ ଗାଁରେ ଥିବା ନିଜ ଘରେ ଥିଲେ। ଗୟା ଲୋକସଭା ଆସନର ସାଂସଦ ତଥା କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ମାଞ୍ଝିଙ୍କ ପକ୍ଷରୁ ଯଦିଓ ଏହି ଘଟଣା ପ୍ରସଙ୍ଗରେ ତୁରନ୍ତ କୌଣସି ମନ୍ତବ୍ୟ ଦିଆଯାଇନାହିଁ, କିନ୍ତୁ ଏହାକୁ ନେଇ ସମଗ୍ର ବିହାରରେ ଚାଞ୍ଚଲ୍ୟ ଖେଳିଯାଇଛି। ଜୀତନ୍ ରାମ ବିହାରରେ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଏକ ସହଯୋଗୀ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଧର୍ମନିରପେକ୍ଷ)ର ମଧ୍ୟ ପ୍ରତିଷ୍ଠାତା।

ପୁନମଙ୍କ କହିବା ଅନୁଯାୟୀ, ଦିନ ପ୍ରାୟ ୧୨ଟା ବେଳେ କାମରୁ ଘରକୁ ଫେରିବା ପରେ ସୁଷମା ଏବଂ ତାଙ୍କ ସ୍ୱାମୀ ରମେଶଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ରମେଶ ଏକ ଦେଶୀ ପିସ୍ତଲ ବାହାର କରି ପୁନମ୍‌ଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଯେତେବେଳେ ଅନ୍ୟ କୋଠରୀରେ ଥିବା ପୁନମ୍ ଏବଂ ସୁଷମାଙ୍କ ପିଲାମାନେ ସୁଷମାଙ୍କ ବେଡ୍‌ରୁମ୍‌କୁ ଦୌଡିଗଲେ ସେତେବେଳେ ସେମାନେ ସୁଷମାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବା ଦେଖିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଅଭିଯୁକ୍ତ ରମେଶ ପାଟନାରେ ରହୁଥିବା ବେଳେ ସେ କିନ୍ତୁ ସେଦିନ ଏଠାକୁ ଆସିଥିଲେ ବୋଲି ପୁଲିସ୍ ମଧ୍ୟ ଜାଣିବାକୁ ପାଇଛି।

ପ୍ରକାଶ, ସୁଷମା ଜଣେ “ବିକାଶ ମିତ୍ର’ ଭାବରେ କାମ କରୁଥିଲେ। ଜଣେ ବ୍ୟକ୍ତି ଯିଏ ବିହାର ମହାଦଳିତ ବିକାଶ ମିଶନ ଅଧୀନରେ ବିକାଶ ପଦକ୍ଷେପ ପାଇଁ ରାଜ୍ୟ ସରକାର ଏବଂ ସମାଜ ମଧ୍ୟରେ ଏକ ସଂଯୋଗ ଭାବରେ କାର୍ଯ୍ୟ କରନ୍ତି। ଯେତେବେଳେ କି ରମେଶ ପାଟନାରେ ଏକ ଟ୍ରକ୍ ଚଲାଉଥିଲେ। ଗୟା ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଆନନ୍ଦ କୁମାର କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ପ୍ରମାଣ ସଂଗ୍ରହ ପାଇଁ ଫରେନସିକ୍ ଦଳ ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ଅପରାଧ ସ୍ଥାନକୁ ପଠାଯାଇଛି। ସୂତ୍ର ଅନୁସାରେ ସୁଷମା ଏବଂ ରମେଶ ଭିନ୍ନ ଜାତିର ଥିଲେ ଏବଂ ୧୪ ବର୍ଷ ପୂର୍ବେ ସେମାନଙ୍କର ବିବାହ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking