ଭୁବନେଶ୍ୱର: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଯୋଗ୍ୟ ହିତାଧିକାରୀ ନିଶ୍ଚୟ ପାଇବେ ସୁଭଦ୍ରା ଯୋଜନା ସହାୟତା ପାଇବେ । ସୁଭଦ୍ରା ଯୋଜନାର ସମୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଆହୁରି କହିଛନ୍ତି, କାହିଁକି ବଞ୍ଚିତ ହେଲେ ତାହାର ତର୍ଜମା ଚାଲିଛି । ଯୋଗ୍ୟ ହୋଇଥିଲେ ଏକା ଥରକେ ଦୁଇଟି କିସ୍ତି ସୁଭଦ୍ରା ଟଙ୍କା ପାଇବେ । ସୂଚନା ଥାଉକି, ଆଜି ସୁଭଦ୍ରା ସମୀକ୍ଷା ବୈଠକ ଚାଲିଛି । ବାଦ ପଡିଥିବା ହିତାଧ୍କାରୀଙ୍କୁ ସାମିଲ ନେଇ ହେବ ଆଲୋଚନା । ୩ ବିଭାଗ- ପରିବହନ, ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ।










