31.1 C
Bhubaneswar
Monday, March 23, 2026
Homeଓଡିଶାବୌଦ୍ଧରେ ଦନ୍ତା ହାତୀ ଆତଙ୍କ

ବୌଦ୍ଧରେ ଦନ୍ତା ହାତୀ ଆତଙ୍କ

ବୌଦ୍ଧ: ବୌଦ୍ଧରେ ଦନ୍ତା ହାତୀ ଆତଙ୍କ । ଆଜି ସକାଳକୁ ଏକ ଜଙ୍ଗଲୀ ଦନ୍ତା ହାତୀ ଆତଙ୍କ ଖେଳାଇଛି । ହରଭଙ୍ଗା ବ୍ଲକ ସାଂପଚ ପଞ୍ଚାୟତ ଅନ୍ତର୍ଗତ ରାମ୍ଭିକଟା ଗାଁ ନିକଟ ବିଜୁଳି ମରା ପାହାଡ଼ ନିକଟ ଜଙ୍ଗଲ ରେ ଦନ୍ତା ହାତୀ ଦେଖିବାକୁ ମିଳିଛି ।  ଯାହାର ଗଡିବିଧି ଉପରେ ବନ ବିଭାଗ ନଜର ରଖିଛି । ହାତୀକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । କନ୍ଧମାଳ ସେପଟେ ଘୁ ଉଦୟଗିରି ବନାଞ୍ଚଳ ଅଧୀନରେ ୩ ଟି ଗୋଠ ଛଡ଼ା ହାତୀ ବୁଲୁଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀ ଭୟରେ ଲୋକଙ୍କୁ ରାତି ଅନିଦ୍ରା ରହି ହାତୀକୁ ଜଗି ରହୁଛନ୍ତି । ରେଟୁଡ଼ି ଜଙ୍ଗଲ, ପିଡ଼ିକାମାହା, ପାବୁରୀଆ ପାଡାଙ୍ଗି ଜଙ୍ଗଲରେ ଗୋଟିଏ ଲେଖାଏଁ ଥିବା ସୂଚନା ମିଳିଛି । ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି ଏହି ଗୋଠଛଡ଼ା ହାତୀ । ଗତ ୧୪ ତାରିଖ ରେ ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମପଂଚାୟତ ଡାମ୍ବା ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking