କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ବାରିଆ ଗାଁରେ ହାତୀପଲଙ୍କ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ଦୁଇଟି ଘର ଭାଙ୍ଗିଲେ ଛଅ ଟିକିଆ ହାତୀପଲ । ଗତ କିଛି ଦିନ ହେବ ଉଖୁଣ୍ଡା ସେକ୍ସନର କଞ୍ଚନ ଡୁମୁରିଆ ଜଙ୍ଗଲକୁ ଆସିଥିବା ପଚିଶି ଟିକିଆ ହାତୀପଲ ଦୁଇ ଭାଗ ହୋଇ ଆଖପାଖ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଗାଁର ଚିନ୍ତାମଣି ନାଏକ ଓ ଧିରେନ ନାଏକଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଘର ଭିତରୁ ଧାନ ଚାଉଳ ଖାଇଛନ୍ତି । ବହୁ ସମୟ ଧରି ଆତଙ୍କ ସୃଷ୍ଟି କରିବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡାଇବାରେ ସଫଳ ହୋଇଛି । ହାତୀପଲକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।










