ଆଠଗଡ଼: ଗାଁ ପାଖରେ ହାତୀପଲ । ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହାତୀପଲ । ଗାଁ ପାଖରେ ହାତୀଙ୍କୁ ଦେଖି ଲୋକେ ଆତଙ୍କିତ, ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବେଣ୍ଟପଦା ନିକଟସ୍ଥ ମାନପୁର ଗାଁ ନିକଟରେ ହାତୀପଲ । ହାତୀପଲ ମଧ୍ୟରେ ଦୁଇଟି ବଡ଼ ହାତୀ ରହିଥିବାବେଳେ ଦୁଇଟି ଛୁଆ ହାତୀ ରହିଛନ୍ତି । ହାତୀପଲଙ୍କୁ ଜଗି ରହିଛନ୍ତି ଆଠଗଡ଼ ବନ କର୍ମଚାରୀ ।ଗାଁ ପାଖରେ ହାତୀପଲ ରହିଥିବାରୁ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଛନ୍ତି । ଗାଁ ପାଖରେ ଥିବା ପରିବା ଫସଲ ନଷ୍ଟ କରୁଛନ୍ତି, ଚାଷୀଙ୍କ ସହ ସ୍ଥାନୀୟ ଲୋକେ ହାତୀକୁ ଘଉଡ଼ାଇଵା ପାଇଁ ହାତୀ ପାଖକୁ ଚାଲି ଯାଉଥିବାରୁ ବନବିଭାଗ ପକ୍ଷରୁ ଲୋକଙ୍କୁ ହାତୀ ପାଖକୁ ନଯିବାକୁ ବାରଣ କରାଯାଇଛି ।










