ଆଠଗଡ: ହାତୀ ପାଇଁ ଚିନ୍ତାରେ ବନ ବିଭାଗ । ଆଠଗଡ ବନଖଣ୍ଡ ଅଧିନ ଓରନ୍ଦା ଜଙ୍ଗଲରେ ୧୮ ଟିକିଆ ହାତୀ ପଲ୍ଲପାଇଁ ବନ ବିଭାଗ ଏବେ ଗାଁ ଗାଁ ବୁଲି ସଚେତନ କରୁଛି । ହାତୀ ସହ ଲଢେଇ ନକରି ବନ ବିଭାଗକୁ ତୁରନ୍ତ ଖବର ଦେବା ପାଇଁ ବିଭାଗ ମାଇକ ଯୋଗେ ଅନୁରୋଧ କରାଯାଇଛି । ୧୮ ଟିକିଆ ହାତୀ ପଲ୍ଲ ମଧ୍ୟରୁ ୬ଟି ଦନ୍ତା ରହିଥିବା ବନବିଭାଗ ସୂଚନା ଦେଇଛି । ହାତୀମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ବନବିଭାଗ । ଓରନ୍ଦା ଜଙ୍ଗଲରେ ଏକ ୱାଚଟାୱାର ଉପରେ ରହି ହାତୀମାନଙ୍କର ଚଳପ୍ରଚଳ ଉପରେ ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ନଜର ରଖାଯାଇଛି ।










